STORYMIRROR

Prafulla Kumar Tripathy

Abstract

4  

Prafulla Kumar Tripathy

Abstract

ବତୀଘର

ବତୀଘର

1 min
286

ତାରକାମୟ ଆକାଶ ତଳର 
ଜୀର୍ଣ୍ଣ ଶୀର୍ଣ୍ଣ ବତୀଘର ଟିଏ 
ନିଃଶ୍ବ ହୃଦୟର ଯନ୍ତ୍ରଣା ବିଧୌତ ଶବ୍ଦକୁ 
ଆକାଶ ଅନନ୍ତ ଶୂନ୍ୟରେ 
କାହିଁକି ମିଶାଇ ଦେବାର ଏ ପ୍ରଚେଷ୍ଟା !
ସେ ହିଁ ବୁଝେ.....
ଚିର କାଳ ଏମିତି କବିତା ମୁଖସ୍ଥ କରି କରି 
ବିଲୀନ ହୋଇ ଯାଏ ତା ଜୀବନଟା।
ଅନନ୍ତ କାଳର ଗର୍ଭରେ ଅନାହୁତ ହୁଏ 
ତେଣୁ ତା ପ୍ରୀତି ମୟ ଅନୁରାଗରେ 
ଦୀପ ଶିଖାଟିକୁ ଅନ୍ତହିନ ଭାବେ 
ଚାହୁଁ ଚାହୁଁ ଏମିତି.....
ଆପଣା ଛାଏଁ ନିର୍ବାପିତ ହୋଇ ଯିବକି?
ନାହିଁ ଆଜି ସୌଦାଗର 
ନାହିଁ ଆଜି ବୋଇତ ବନ୍ଦାଣ 
ନିସ୍ତେବଦ ବେଳା ଭୂମି 
ଦିଶୁ ନାହିଁ ସାଧବାଣୀର ପଣତ 
ଶୁଭୁନାହିଁ ସୁଦୂର ବାଣିଜ୍ୟ ଭେରୀ 
ତଥାପି ଚାହିଁଛି ବତୀଘରଟି 
ଅତ୍ମୀୟତା ଭାବ ଭେରୀ।
କିଏ ଵା ବୁଝୁଛି ବତୀଘର ମନ 
କିଏ ବୁଝୁଛି ତା ଜ୍ଵଳନ 
ନିଃଶବ୍ଦ ଛାତିର ଯନ୍ତ୍ରଣାକୁ 
ଧୋଇବାର ପ୍ରୟାସ....
ତଥାପି ଦଣ୍ଡାୟ ମାନ ସିଏ 
କିଏ ଜାଣେ!
ବତୀଘରଟି କେଉଁ ସୁଦୂର ଯାତ୍ରୀକୁ 
ନିମନ୍ତ୍ରିତ କରି ପାରେ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract