STORYMIRROR

Prafulla Kumar Tripathy

Classics

4  

Prafulla Kumar Tripathy

Classics

ଦ୍ଵନ୍ଦ

ଦ୍ଵନ୍ଦ

1 min
20

ମୁଁ ଆଜି ଜାଣେନା !

ମୁଁ ସାହିତ୍ୟକୁ ଭଲ ପାଏ 

ନା ସାହିତ୍ୟ ମୋତେ ଭଲପାଏ 

କବିତା ଲେଖା ମୋର ନିଶା 

ଶବ୍ଦକୁ ନେଇ କିଛି ଜାଣେନା।

ବେଳେ ବେଳେ ମୋ ମନକୁ ଆସେ 

କଲମ ସାଙ୍ଗରେ ମୋ ସମ୍ପର୍କ କଣ ?

ସେ ମୋତେ ଟାଣେ ନା ମୁଁ ତାକୁ 

ଭାବନା ସହ ମୁଁ ଦ୍ଵନ୍ଦରେ ଥାଏ 

ଏହା ମୁଁ ଜାଣେନା ।

ଏ ଦ୍ଵନ୍ଦ ମୋ ଭିତରୁ କେବେ ସରିବ?

ସ୍ଵପ୍ନ ନା ବାସ୍ତବ ମୁଁ ଜାଣେନା 

ମୋର ଲେଖା ସାଧନା ଭିତରେ 

ଏବେ ବି ମୋ ମୁଣ୍ଡରୁ ଦ୍ଵନ୍ଦ 

କେବେ ଯିବ ମୁଁ ବୁଝି ପାରେନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics