STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ସିଜରିଂ ବେବି‌

ସିଜରିଂ ବେବି‌

1 min
8


ଶୁଭୁନି ଆଉ କୁଆଁ ଶବଦ‌

   ଘର ଏନ୍ତୁଡ଼ିଶାଳେ,

ସିଜରିଂରେ ଛୁଆ ଜନମ‌

   ଦେଖ ହେ ମେଡିକାଲେ‌।

ମାଆଟି‌ ଆଉ କଷ୍ଟ ସହୁନି

   ପ୍ରସବ କରିବାକୁ,

ଡାକ୍ତର ବାବୁ ଆଗ୍ରହ କରେ

   ସିଜରିଂ କରିବାକୁ।

ପଞ୍ଚୁଆତି କି ଷଠିଘର ବି

   ହେଉନି ଆଉ ଘରେ,

ଷଠି ମାଆ ବି ଲେଖୁନି‌ ଭାଗ୍ୟ

    ଶିଶୁର କପାଳରେ‌।

ହେଉନି ଉଠିଆରୀ‌ ଛୁତକ

    ହେଉନି ଗଣାପୋଛା,

ନର୍ସ ଡାକ୍ତର ପ୍ରେସ୍‌କିପ୍ସନ

    ଶିଶୁ ଜାତକ ଲେଖା‌।

ଚେର ମୂଳିକା ସେ ଘୋରାଘୋରି

    ଓଷଦ‌ ନାଆଁ ଶୁଣି,

ଡାକ୍ତର ବାବୁ ଆମକୁ ବହୁ

    ଗାଳି ବି କରିଲେଣି‌।

ଏଲୋପାଥିକ୍‌ ମେଡିସିନଟା

    ଶିଶୁ ଖାଇବ ମାତ୍ର,

ଆୟୁର୍ବେଦିକ ହୋମିଓପାଥି

    ଔଷଧ ମାରାତ୍ମକ।

ଡାକ୍ତର କଥା ବେଦର ବାକ୍ୟ

    ଭଳି ମାନୁଛୁ ଆମେ,

ନିରାପଦ ଯେ ମେଡିକାଲରେ

    ଶିଶୁଟି ଯେବେ ଜନ୍ମେ‌।

ଟିକିଏ ଥଣ୍ଡା କଫ କାଶରେ‌

   ଖରଚ‌ ବହୁ ଟଙ୍କା,

ଘରୋଇ ଉପଚାରଟି ଆଜି

   କୋଉ ଖାତାରେ ଲେଖା?

ବୋତଲ କ୍ଷୀର ଶିଶୁ ଖାଉଛି

   ମାଆ ସୌନ୍ଦର୍ଯ୍ୟ ରଖେ,

ଔଷଧ ଖିଆ ସିଜରିଂ ଛୁଆ

   ବୋଉକୁ‌ ମମି ଡାକେ‌।

ଖାଣ୍ଟି ଶୋରିଷ‌ ତେଲ ମାଲିସ

    ହେଉନି ଶିଶୁ ଦେହେ,

ବେବି‌ ଅୟଲ ଶିଶୁ ପାଇଁକି

    ଏବେ ଯା' କିଣାଯାଏ।

ଯିଏ ଖାଇନି ଚୂଡା ଛତୁଆ

   ଖାଉଛି ସେରେଲାକ‌,

ସେ ଶିଶୁ କିବା ଟାଣ କି ହେବ

   ତା' ଜୀବନ ଯାକ।

ପଞ୍ଚ ଭୂତ ଏ ମାଟି ଶରୀର

   ମାଟି ଯେ ଦେଖି ନାହିଁ,

ସେ ଶିଶୁ ଦେହ ଶୀତ କି ତାତି

   ସହିବ ଅବା କାହିଁ?

ମାଆ ସ୍ତନରୁ ଯେ କ୍ଷୀର ଶୋଷି

    ଆନନ୍ଦେ ଖାଇ ନାହିଁ,

ସେ ଶିଶୁ ଦେହେ ରୋଗ ବିରୋଧି

   ଶକ୍ତି ଆସିବ କାହିଁ?

ପାଇନି ଯିଏ ପ୍ରଥମ ଛୁଆଁ

   ମାଆ ମମତା କୋଳ,

ସେ ଶିଶୁ କିବା ହୁଏ ସଂସ୍କାରୀ

   ପାଏ କି ବୁଦ୍ଧି ବଳ ? 

ମାଆର ଲୋରୀ ଶୁଣୁନି ଯିଏ

   ଧୋରେ‌ ବାୟା ଗୀତ,

ମୋବାଇଲ ଫୋନ ଶିଶୁର ଆଜି

   ସାଜିଛି ପ୍ରାଣମିତ‌।

ଧୂଳି ସଢେଇ‌ ଖେଳ ଶିଶୁର

   ଦେହେ ଜିବାଣୁ ଭରେ,

ପାଆର୍କ କିଟ୍ କାର୍ଟୁନ୍ ଖେଳେ

   ଶିଶୁଟି‌ ଆଜି ବଢ଼େ ‌।

ଘରପାଖିଆ ବିଲ ପଡ଼ିଆ 

    ତମ୍ଵୁ‌ ନଜର କର,

ଯାଯାବରଙ୍କ ଶିଶୁକୁ ଦେଖ

    ମିଳିଯିବ ଉତ୍ତର।

ଖରା ବରଷା‌ ଶୀତ କାକର

    ସେ ଶିଶୁ ସହୁଛନ୍ତି‌,

କେତେ ଟାଣ ଓ ନିରୋଗ ଛୁଆ

    ଖାଇ ପୁରୁଣା‌ ପଥି।

ପ୍ରକୃତି ଦତ୍ତ ଯିଏ ଅବ୍ୟର୍ଥ

    ସେ ଆଜି ମୂଲ୍ୟହୀନ,

ଏଲୋପାଥିରେ‌ ଗଢ଼ା ଆମର

    ଆଜି ମଣିଷ ପ୍ରାଣ।

ଶିଶୁଟି ଯଦି ଜନ୍ମ ନେଉଛି

   ଜାତକେ‌ ଲେଖା ତାର‌,

ଡାକ୍ତର ମେଡିସିନ ପ୍ରତ୍ୟହ

   ଲୋଡ଼ା ତା' ଜୀବନର।

ଆମ ସଂସ୍କୃତି ଯାଉଛି ହଜି

    ବିଶ୍ଵାସ ଯାଏ ତୁଟି,

ତଥାପି ଜଗା‌ ଅସୁସ୍ଥ ବେଳେ

    ମାଖୁଛି ଜଡ଼ିବୁଟି ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy