STORYMIRROR

Banabihari Mishra

Comedy

4  

Banabihari Mishra

Comedy

ଚତୁରୀ

ଚତୁରୀ

1 min
23.7K

ବଡ ସରାଗରେ ପହଞ୍ଚିଲି ଥରେ

ଗେହ୍ଲି ସାନଶାଳୀ ଘରେ

ଗୋଟିକୁ ତିନିଟା ଦୁଇଟାକୁ ଏକ 

ବଡ ଚତୁରେ ସେ କରେ।।


ଶୁଣିଥିଲି ସିନା ଜାଣି ନଥିଲି ମୁଁ

ଶାଳୀର ଚତୁରୀପଣ

ଖାଇବାକୁ ଯେବେ ଡାକିଲା ସରାଗେ

ଦେଖିଲି ତିନି ତିଅଣ।।


ଆଳୁ ତରକାରୀ ଆଳୁ ଭଜା ପୁଣି

କରିଛି ଚକଟା ଆଳୁ

ତିନିଟି ଜାଗାରେ ବାଢିଦେଲା ସିଏ

ଗୋଟିଏ ପରିବା ଆଳୁ।।


ପହଞ୍ଚିଥିଲି ମୁଁ ସକାଳ ବେଳାରେ

ଜଳପାନ ଦେଲାନାହିଁ

ବସି ବସି ଯେବେ ଦିପହର ହେଲା

କହେ ଦିଅ ହାତ ଧୋଇ।।


ଜଳଖିଆ ଆଉ ବେଳା ଖାଇବାକୁ

ମିଶେଇ ଦେଲା ଚତୁରୀ

ଭୋକ ବିକଳରେ ଖାଇ ଦେଇ ସେଇ

ଖରାରେ ଆସିଲି ଫେରି।।


କାନମୁଣ୍ଡ ମୋର ଭାଁ ଭାଁ କଲା

ତା ଚତୁରୀପଣ ଦେଖି

ଆଉଦିନେ ଶାଳୀ ଘରକୁ ନଯିବି

କଥାଟା ରଖିଲି ଲେଖି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy