ମୋ ବୋହୂ କାହାଣୀ
ମୋ ବୋହୂ କାହାଣୀ
ପୁଅ ବାହା କରି ଆଣି ଥିଲି ବୋହୂ
ଖେଳିଲା ମହାଭାରତ
ଅଳତା ଲିଭିନି ଛ` ମାସ ହୋଇନି
ଦେଲା ସେ ବଡ଼ ଆଘାତ ।
ପୁଅ ଠାରୁ ମୋତେ ଅଲଗା ରଖିବ
କହୁଅଛି ପ୍ରତି ଦିନ
ଛବିଶି ବର୍ଷର ସମ୍ପର୍କ କୁ ମୋର
କରୁଅଛି ସିଏ ଚ୍ଛିନ୍ନ ।
ଅନ୍ତଚିରି ମୁହିଁ ଜନମ ଦେଇଛି
ସିଏ ମୋ ବିଶିକେସନ
ତାହାରି ଠାରୁ ମୁଁ ଦୁରେଇ ରହିଲେ
କେମିତି ବୁଝିବ ମନ ।
ରୋଷେଇ ବାସରେ ନାହିଁ ତାର ମନ
ନାହିଁ ପୂଜା ଅରଚନା
ସୁଅ
ଁ ପାଉଡର ମୁହଁରେ ମାଖିଲେ
ହୁଏ ସେ ସଦା ଦିୱାନା ।
ଫର ,ଫର କରେ ବାଳକୁ ତାହାର
ହୁଏ ସେ ନିତି ଫେସନ
ଲେହେଁଙ୍ଗା ,ଟୁପିସ୍ ପିନ୍ଧି ଦେଇ ଘରେ
ହଜାଏ ସଭିଙ୍କ ଜ୍ଞାନ ।
ଶଶୁରକୁ ଭାବେ ନଖର ମଳି ସେ
ମୋତେ ଭାବେ ସେ ପାପୋଛ
ସ୍ବାମୀକି ଭାବେସେ ଚାକର ପରିକା
ନାହିଁ ତାର ମନେ ସ୍ୱଚ୍ଛ ।
ଏମିତିକା ବୋହୂ ଘରକୁ ଆଣିଲି
ପାଇଲି ବହୁତ ଶିକ୍ଷା
କିଏ ବା ଜାଣିଛି ଭିତରେ ପଶିଛି
ଦେବ ବୋଲି ବଡ଼ ଧୋକା ।