STORYMIRROR

Ansuman Swain

Children Stories

3  

Ansuman Swain

Children Stories

ଗୁରୁ ମୋ ଅଟନ୍ତି ପରମ ଈଶ୍ୱର

ଗୁରୁ ମୋ ଅଟନ୍ତି ପରମ ଈଶ୍ୱର

1 min
164

ଗୁରୁ ମୋ ଅଟନ୍ତି ପରମ ଈଶ୍ୱର

  ତାଙ୍କ ପଦେ ଦଣ୍ଡବତ

କୋଟି କୃତଜ୍ଞତା ଢାଳେ ସେ ପୟରେ

  ତାଙ୍କ ପାଇଁ ଆମେ ଶିକ୍ଷିତ ।।


 କରୁଣା ସାଗର ହୃଦୟ କନ୍ଦର

  ସତେ କି ଅମୃତ ପାତ୍ର

ଦେଖିଦେଲେ ଥରେ କୋଳେଇ ନିଅନ୍ତି

  ଭରି ଅଶ୍ରୁ ଦୁଇ ନେତ୍ର ।।


ପିଲାଟି ଦିନରୁ ମନରେ ହେଜିଛି

  ଗୁରୁ ମୋର ଚାରିଜଣ

ଶିକ୍ଷା ଦୀକ୍ଷା କର୍ମ ଧର୍ମର ଯେ ଗୁରୁ

  ରଖିଛନ୍ତି ଯିଏ ପ୍ରାଣ ।।


ପ୍ରଥମ ଗୁରୁ ମାଆ ମୋ ଅଟଇ

 ଦ୍ୱିତୀୟରେ ପିତା ଗୁରୁ

ତୃତୀୟରେ ପୁଣି ଶିକ୍ଷକ ଅଟନ୍ତି

  ଚତୁର୍ଥରେ ଧର୍ମ ଗୁରୁ ।।


କର୍ମ ସଦା କର ନିସ୍ଵାର୍ଥ ପ୍ରାଣରେ

  ଶିଖାଇଲେ ଗୁରୁ ମତେ

 ଅଜ୍ଞାନ ଅନ୍ଧାର ଦୂରୀଭୂତ କରି

  ଆଲୋକିତ କଲେ ସତେ ।।


ଗୁରୁଙ୍କ ପାଖରେ ଅଟେ ଚିର ଋଣୀ

  ସୁଝି ପାରିବିନି ମୂଲ

ଏଇଠି ଥାଇ ମୁଁ କାମନା କରୁଛି

  କଣ୍ଟା ପଥ ହେଉ ଫୁଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍