ଶାଳୀ ପ୍ରେମ ଭାରି ମିଠା
ଶାଳୀ ପ୍ରେମ ଭାରି ମିଠା


ଶାଳୀ ପ୍ରେମ ଭାରି ମିଠାରେ ଭାଇନା
ଶାଳୀ ପ୍ରେମ ଭାରି ମିଠା
ଆଉ ସବୁ ପ୍ରେମ ଲାଗେତ ଗହନ
ପତ୍ନୀ ପ୍ରେମ ଭାରି ଖଟା ।
ଶଶୁର ଘରକୁ ଶାଳୀ ଶୋଭା ଦିଶେ
ଶାଳୀ ବିନା ସବୁ ଛିନ୍ନ
ଶାଳୀର ବାସନା କରେ ଆନ ମାନ
ସୁଖେ ବିତେ ପ୍ରତି ଦିନ ।
କେତେ ଶାନ୍ତି ଲାଗେ ତାହାରି ପରସ
ଦିଏ ବହୁ ହସ ଖୁସି
ପ୍ରେମର ଭଣ୍ଡାର ଶାଳୀର ହୃଦୟ
କଥା କହେ ହସି,ହସି ।
ଶାଳୀ ବିନା ସୁଖ ନାହିଁତ ଜୀବନେ
ଶାଳୀତ ମୁକୁତା କଶି
ଶାଳୀ ନୁହେଁ ପରା ପଲ୍ଲୀ ଫୁଲ ଭାଈ
ସୁଖୀ ଗଲେ ହେବ ବାସୀ ।