STORYMIRROR

Ansuman Swain

Others

4  

Ansuman Swain

Others

ଆମେ ଶ୍ରମିକ ଭାଇ

ଆମେ ଶ୍ରମିକ ଭାଇ

1 min
316

ଉଠ ଉଠ ସର୍ବେ ଶ୍ରମିକ ଭାଇ

ଲଢ଼ିବା ଆମେରେ ଆମରି ପାଇଁ

ଦେଶକୁ କରିବା ସୁବର୍ଣ୍ଣ ପୁରୀ

ଜାତିର ଅସ୍ମିତା ବ୍ରତ ଆମରି ll


ହାତକୁ କରିବା ଲୁହାଠୁ ଶକ୍ତ

ମନରେ ବାନ୍ଧିବା ଦୃଢ ସଂକଳ୍ପ

କର୍ତ୍ତବ୍ୟରୁ ହେବା ନାହିଁ ବିଚ୍ୟୁତ

ଆଳସ୍ୟ ତେଜିବା ହୋଇ କର୍ମଠ ll


ଦେଶ ମାତୃକାକୁ ଭଲ ପାଇବା

ମାଆ ମାଟି ପାଇଁ ଜୀବନ ଦେବା

ମନରୁ କାଢ଼ିବା ଖରାପ ଗୁଣ

ଶୁଝିବା ଆମରି ଜାତିର ଋଣ ll


କୋଦାଳ ଝୁଡିକୁ ସାହାରା କରି

ତୁଣ୍ଡର ଝାଳକୁ ମୁଣ୍ଡରେ ମାରି

ଆହାର ଆମରି ଶାଗ ପଖାଳ

ଶାନ୍ତି ଲାଗଇ ସେ ଛପର ଚାଳ ll


ଦୁଇ ପଇସାରେ ତେଲ ଫୁଟଣ

ଦେଖାଇବା କାଇଁ ଅଧିକ ଟାଣ

ନିଜେ ଦୁଃଖ ସହି ଦେବାଟି ଖୁସି

କାହିଁକି ମରିବା ଲଗାଇ ରଶି ll


ଆସ ଭାଇ ଆମେ ଶପଥ ନେବା

ନିଜ ଆତ୍ମବଳ ଦୃଢ କରିବା

ଯନ୍ତ୍ରଣା ଭିତରେ ଖୋଜିବା ଖୁସି

ଆଖି ଲୁହ ଯେତେ ଦେବାରେ ଶୋଷି ll



Rate this content
Log in