ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ


କୀର୍ତ୍ତି କୀରିଟିନି ଉତ୍କଳ ଜନନୀ
ଧନ୍ୟ ତା କଳା ସ୍ଥାପତ୍ୟ
ବୀର ପ୍ରସବିନି ସବୁଜ ବନାନୀ
ଧନ୍ୟ ତା ଓଡ଼ିଶୀ ନୃତ୍ୟ ।
ବିଶ୍ୱ ଯା ବନ୍ଦଇ ବୀର ପୁତ୍ର ଗାଥା
ସନ୍ତାନ ଏହି ଜାତିର
ପୁଣ୍ୟତୋୟା ଏହି ଉତ୍କଳ ଭୁବନ
ସରି କେ ନୁହେଁ ତାହାର ।
ଓଡ଼ିଆ ପୁଅ ମୁଁ ଗର୍ବ କରେ ମୋର
ଭାଷା ଆଉ ବେଶ ପାଇଁ
ଭାଇଚାରା ଭାବ ରକ୍ତେ ପ୍ରବାହିତ
କାହାକୁ ମୋ ଡର
ନାହିଁ ।
କୋଣାର୍କ ଗାଉଛି ବିଜୟର ଧ୍ଵନି
ସ୍ୱତନ୍ତ୍ର ହୋଇଛି ରାଜ୍ୟ
ଧଉଳି ଦିଅଇ ବୀରତ୍ୱର ସାକ୍ଷୀ
ଧନ୍ୟ ସେ ବୀରଙ୍କ ଧର୍ଯ୍ୟ ।
ପ୍ରକୃତି ଯାହାର ଚିର ସବୁଜିମା
ଗଙ୍ଗା ଧୁଏ ଯା ପୟର
ସେହି ପରା ଆମ ଉତ୍କଳ ଜନନୀ
ସନ୍ତାନ ମୁଁ ଅଟେ ତାର ।
ଶାନ୍ତି ମୈତ୍ରୀ ପ୍ରୀତି ଅତୁଟ ବନ୍ଧନେ
ମଧୁରିମା ପଡେ ଝରି
ଗୋଟିଏ ମାଆର କୋଟିଏ ପରାଣ
ନାହିଁ କିଏ ତାହା ପରି ।