STORYMIRROR

Ansuman Swain

Action Children

4  

Ansuman Swain

Action Children

ବୀର ଭଗତ ସିଂହ

ବୀର ଭଗତ ସିଂହ

1 min
338


ଭାରତ ମାତାର ମହାନ ସୁପୁତ୍ର

     ନାମଟି ଭଗତ ସିଂହ

ଲୋକଙ୍କର ଦେଶପ୍ରେମର ବହ୍ନିକୁ

      କରିଛନ୍ତି ପ୍ରଜ୍ୱଳିତ ।।


ପିତା କିଷନଙ୍କୁ ମାତା ବିଦ୍ୟାବତୀ

     ଅପୂର୍ବ ତାଙ୍କରି ଦାନ

ଦେଇଛନ୍ତି ପୁତ୍ର ରଖିଗଲେ ଯଶ

       ଦେଶର ଆତ୍ମ ସମ୍ମାନ ।।


ବ୍ରିଟିଶ ଥରିଲା ବିଦେଶ ଫେରିଲା

    ସ୍ୱାଧୀନ ହେଲା ଭାରତ

ମହା ପୁରୁଷଙ୍କ ମହତ ଦର୍ଶନ

   ସ୍ମରୁ ଅଛି ସାରା ଜଗତ ।।


ମୃତ୍ୟୁର ଦୁଆରେ ଅତିଥି ହୋଇଲେ

    ମାତ୍ର ତେଇଶି ବରଷ

ଫାଶୀର ଫନ୍ଦକୁ ହସି,ହସି ନେଇ

      ଜୀବନକୁ କଲେ ଶେଷ ।।


ରକ୍ତର ଛିଟା କୁ ହୃଦୟରେ ବୋଳି

   ପ୍ରାଣ ଦେଲେ ବିସର୍ଜନ

ଭାରତ ମାତାର ମାନ ରକ୍ଷା ପାଇଁ

    ସହିଦ ଭଗତ ମହାନ ।।


ସୁଖ ସ୍ଵାଚ୍ଛନ୍ଦ୍ୟକୁ ପାଦେ ଦଳିଦେଇ

  ଜାତି ପାଇଁ ଦେଲେ ଆହ୍ୱାନ

ଗାଉଛି ଗାରିମା ଇତିହାସ ଯାର

     ଭାରତର ସୁ ସନ୍ତାନ ।।


ପ୍ରାଣେ ପ୍ରାଣ ଦେଇ ପଣରେ ପଣଇ

       ଭୀଷ୍ମରୂପୀ ଭଗବତ

କୋଟି ଜନତାଙ୍କ ହୃଦ ଜିଣିନେଲେ

        ଲଗାଇ କୁହୁକ ଡାକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action