ରାଜଦଣ୍ଡ
ରାଜଦଣ୍ଡ
ମହାଭାରତରେ ରାଜ୍ଯ ସୁଶାସନ
ପ୍ରମୁଖ ପଦବୀ ରାଜା
ଚୋଳ ଗୁପ୍ତ ମୌର୍ଯ୍ଯ ରାଜତ୍ବ କାଳରେ
ସ୍ବତନ୍ତ୍ର ବିଧାନ ଖଞ୍ଜା ।
ନିର୍ବାଚନ ଅବା ଚୟନର ପରେ
ହୁଅଇ ରାଜ୍ୟାଭିଷେକ
ପିନ୍ଧନ୍ତି ଶିରପା ସୁବର୍ଣ୍ଣ କିରୀଟ
କପାଳେ ଟୀକା ତିଳକ ।
ଧାରଣ କରନ୍ତି ସ୍ବର୍ଣ୍ଣ ରାଜଦଣ୍ଡ
ଉଡେ ଛତ୍ର ବୈଜୟନ୍ତୀ
ପ୍ରଜାନୁରଞ୍ଜକ ରାଜନ ସାକ୍ଷାତ
ଈଶ୍ବରଙ୍କ ପ୍ରତିନିଧି ।
ରହି ଅବିଚଳ ଦୃଢ ସ୍ଥିତପ୍ରଜ୍ଞ
ସଭାସଦ ଉପଦେଶେ
ନୀତି ଅନୁସାରେ କରନ୍ତି ଶାସନ
ବିଚ୍ଯୁତ ନହୋନ୍ତି ଲେଶେ ।
ରାଜା ସ୍ବାଭିମାନ ସୌଭାଗ୍ଯ ଦାୟକ
ରହି ସ୍ବଚ୍ଛ ଶୂଚିବନ୍ତ
ଉଚ୍ଚ ସିଂହାସନେ ହୁଅନ୍ତି ଆସୀନ
ପ୍ରତୀକ ମର୍ଯ୍ୟାଦାବନ୍ତ ।
ରାଜ ପୁରୋହିତ ଗୁଣୀଜ୍ଞାନୀ ଜନ
ଗଣ୍ଯମାନ୍ଯ ପାରିଷଦ
ଅଭିଷେକ ପର୍ବେ ଜଣାନ୍ତି ରାଜନେ
ସୁବିଶ୍ବାସ ସହମତ ।
ଧରି ରାଜଦଣ୍ଡ ଈଶ୍ବରଙ୍କ ନାମେ
ନିଅନ୍ତି ରାଜା ଶପଥ
ପାଳିବେ ନିଷ୍ଠାରେ ସର୍ବୋପରି ନ୍ଯାୟ
ଜୀବନରେ ଧର୍ମ ସତ୍ଯ ।
ବହି ଅହଙ୍କାର ଆଳସ୍ୟ ବିଳାସେ
ରାଜନ ହୋଇ ପ୍ରମତ୍ତ
କଲେ ଅବହେଳା ସ୍ବକର୍ତ୍ତବ୍ଯ ଧର୍ମେ
ଭୋଗିବେ ଦଣ୍ଡ ଅବଶ୍ୟ ।
ରୁଷ୍ଟ ହେବେ ସ୍ବୟଂ ମହାଦେବ ଶିବ
ଧରି ରୁଦ୍ର ଅବତାର
ରଚିବେ ବିନାଶ ଅତି ଭୟଙ୍କର
ନାଶିବେ ପାପ ତିମିର ।
