STORYMIRROR

Ansuman Swain

Children Stories

3  

Ansuman Swain

Children Stories

ଗ୍ରୀଷ୍ମ ଗୋଧୂଳି

ଗ୍ରୀଷ୍ମ ଗୋଧୂଳି

1 min
157


ଗ୍ରୀଷ୍ମ ଗୋଧୂଳିର ଶୀତଳ ସମୟ

 ଗୋଗୋଷ୍ଠେ ଫେରନ୍ତି ଗାଭୀ

 ଉତ୍ତପ୍ତ ପୃଥିବୀ ହୁଏ ପୁଲକିତ

     ଦେଖି ଦିବାକର ଛବି ।।


ଲେମ୍ବୁ ବେଲ ପଣା ଲସି ତରଭୁଜ

      ଲାଗେ ଭାରି ପ୍ରଯୋଜନ

ଘୋଳ ଦହି ସାଥେ ନଡ଼ିଆ କଦଳୀ

        କରିଥାନ୍ତି ସର୍ବେ ପାନ ।।


  ପଖାଳ ସାଙ୍ଗକୁ ବଢ଼ି ବାଇଗଣ

     ଲାଗଇ କେଡେ ମଧୁର

'ଛଅ 'ତରକାରୀ 'ନଅ 'ଭଜା ଯେତେ

      ନାହିଁ ତାହାର ଆଦର ।।


ଲୁଡୁ ତାସ ପୁଣି କ୍ୟାରମ ଚେସ

   ଖେଳନ୍ତି ଚାଖୁଣ୍ଡା ମୂଳେ

ଗରମ ତାପରୁ ରକ୍ଷା ପାଇବାକୁ

 କେ ତାଳ ଗଛୁ ତାଳ ତୋଳେ ।।


ଗାଁ ଦାଣ୍ଡଧୂଳି ଦେହ ହାତେ ବୋଳି

     ଶିଶୁଙ୍କ ମନ ଆନନ୍ଦ

ବୁଢା ବୁଢୀ ବସି ଦିନ ଗଣୁଥାନ୍ତି

     ନ ଦେଖିବା ଯାଏ ଚାନ୍ଦ ।।


ଏହି ଦିନେ ପୁଣି କେତେ ଜାନି ଜାତ

       ଚଇତି ଘୋଡା ଟି ନାଚେ

ହନୁମାନ ମେଳା ବଢ଼େ ଷୋଳପାଲା

      ଆମ୍ବ ପଣସ ବି ପାଚେ ।।


ପ୍ରଚଣ୍ଡ ରୌଦ୍ରରେ ଧରା ଉତକ୍ଷିପ୍ତ

    ଅସହ୍ୟ ଲାଗଇ ପ୍ରାଣ

ପଞ୍ଚଭୂତଙ୍କର କ୍ଷଣିକ ବିରାମେ

    ଅଟ୍ଟାଳିକା ହୁଏ କ୍ଷୁର୍ଣ୍ଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍