STORYMIRROR

Sabita Nayak

Action

4  

Sabita Nayak

Action

ଆହେ ଚକାଆଖି

ଆହେ ଚକାଆଖି

1 min
328

ଆଉ କେତେ ଦିନ ଚୁପ୍ ବସିବୁ ରେ

ବଡ ବଡ କରି ଆଖି 

ଅପଲକ ନେତ୍ର ପଲକ ପଡେନି 

ତଥାପି ପାରୁନୁ ଦେଖି। 

ନିରବେ ବସିଛୁ ରତ୍ନ ସିଂହାସନେ 

ତ୍ରାହି ତ୍ରାହି ଡାକେ ଜନ ଏଠି 

ଚକାଆଖି...ଆହେ ଚକାଆଖି 

ଚକାଆଖି ...ଆହେ ଚକାଆଖି। 


ଜାଣିଛିରେ ତୁ ତ ଛଳିଆ କାଳିଆ 

ଛଳନା କି କରୁ ଆଉ

ଗୋପନରେ କି ତୁ ଲୀଳା ଲଗାଇଛୁ 

ଦିନୁଦିନ ବଢେ ଭାଉ

କେବେ ତୁ ଆସିବୁ କରୋନା ନାଶିବୁ 

ଦୁଃଖୀ ମରେ ଆଜି କାନ୍ଦି କାନ୍ଦି 

ଚକାଆଖି ....ଆହେ ଚକାଆଖି 

ଚକାଆଖି ....ଆହେ ଚକାଆଖି। 


କଅଁଳ ଶିଶୁଟି ରଡି ଛାଡୁଥାଏ 

ମା'ଦିଏ ତା' ଆଖିବୁଜି

ଭେଣ୍ଡାପୁଅ ଦେଖ ଛାଡି ଚାଲିଯାଏ 

ମା'କାନ୍ଦେ ତା' ମଥାପିଟି 

କୁହରେ କାଳିଆ ନୁହେଁ କି ଅନୀତି 

ତୁହିଁ ବସି ଥାଉ ଥାଉ ଏଠି 

ଚକାଆଖି ....ଆହେ ଚକାଆଖି 

ଚକାଆଖି ....ଆହେ ଚକାଆଖି। 


ହେ ଜଗନ୍ନାଥ ତୁମ ସୃଷ୍ଟିକୁ ତୁମେ ରକ୍ଷାକର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action