STORYMIRROR

Kabiratna Nutan Kumar Behera

Tragedy Action Inspirational

3  

Kabiratna Nutan Kumar Behera

Tragedy Action Inspirational

ମୁଁ ବି ହେବି ସମର୍ଥ

ମୁଁ ବି ହେବି ସମର୍ଥ

1 min
177

        


ସୃଷ୍ଟିକର୍ତ୍ତା ମହାପ୍ରଭୁଙ୍କର ଏ ସୁନ୍ଦର ସଂସାରରେ

ନୁହେଁ ମୁଁ ଅବାଞ୍ଛିତ ଅଲୋଡା କି ହେୟ

ନିଜକୁ ମଣିବି ନାହିଁ କେବେ ଅସହାୟ ଅଯୋଗ୍ୟ

ହୋଇ ପାରେ ମୁଁ ଏକ ଦିବ୍ୟାଂଗ ସମାଜରେ l


ତଥାପି ମୋ ଭିତରେ ଅଛି ପାରିବା ପଣିଆଁ ଶକ୍ତି

ସୁନ୍ଦର କରି ଜୀବନ ଗଢ଼ିବାକୁ ମୁଁ ବି ହେବି ସମର୍ଥ

କେଉଁ ପ୍ରାରବ୍ଧ ପାଇଁ ପ୍ରଭୁ କରିଛନ୍ତି ମୋର ଊଣା

ତା' ମୁଁ ଜାଣେନା ଯା' ବି ଦେଇଛନ୍ତି ବୁଝି ବିଚାରି l


ତାଙ୍କର ଦାନକୁ ଶ୍ରଦ୍ଧା ଭକ୍ତିରେ କରିଛି ଗ୍ରହଣ

ତାଙ୍କରି ପାଦତଳେ ନିଜକୁ କରିଛି ସମର୍ପଣ

ଚାଲିବାକୁ ଦେଖାଇବେ ସୁପଥ ଦେଇ ଦିବ୍ୟଜ୍ଞାନ

ତାଙ୍କରି ଆଶ୍ରୟରେ ରହି ନିଜକୁ ମଣିବି ମୁଁ ଧନ୍ୟ l


ମୋ ଅନ୍ତର ଭିତରେ ଦେଇଛନ୍ତି ଯେଉଁ ପ୍ରତିଭା

କରିବାକୁ ତାର ପରିପ୍ରକାଶ ମୁଁ ବି ହେବି ସମର୍ଥ

ମୋ ଆଗରେ ଉଭା ହୋଇଛି ପ୍ରଭୁଙ୍କର ବିଶ୍ବ ବ୍ରହ୍ମାଣ୍ଡ

ଅଛନ୍ତି ପିତା ମାତା ଭାଇ ବନ୍ଧୁ ସଖା କୁଟୁମ୍ବ l


ଅଛି ପୁଣି ମାନବ ସମାଜ କରିବାକୁ ସହଯୋଗ

ହୃଦୟର ଅନୁରାଗେ ଆକର୍ଷି ଆଣିବି ମୋ ସୌଭାଗ୍ୟ

ଭାବିବି ନାହିଁ ନିଜକୁ ହୀନ ନଗଣ୍ୟ ଅବା ତୁଚ୍ଛ

ମନ ପ୍ରାଣକୁ ମୋର ରଖିଥିବି ପବିତ୍ର ନିର୍ମଳ ସ୍ବଚ୍ଛ l


ମୋ ଲାଗି ସମ୍ଭବ ଯା' କରିବି ହୋଇ ଏକନିଷ୍ଠ

ମୋ ଭିତରେ ବି ବିଦ୍ୟମାନ ପରଂବ୍ରହ୍ମ ପୁରୁଷୋତ୍ତମ

ଦିଅନ୍ତି ପ୍ରେରଣା ଯୋଗାନ୍ତି ଇନ୍ଧନ କରନ୍ତି ଆହ୍ଵାନ

ମୋ ପରି ବହୁ ଦିବ୍ୟାଂଗ ସମାଜର ବିଭିନ୍ନ କ୍ଷେତ୍ରରେ l


ଅଛନ୍ତି ଆଜି ଆଗରେ ଅର୍ଜି କେତେ ସଫଳତା

ମୋ ଭିତରର ସମ୍ଭାବନା ସଫଳ କରିବାକୁ 

ପାଇଲେ ସହାନୁଭୂତି ଅନୁକମ୍ପା ମୁଁ ବି ହେବି ସମର୍ଥ

ମୋ ମନ ପ୍ରାଣରେ ଅଛି ଦୃଢ଼ ବିଶ୍ଵାସ ଭରସା l


ସବୁରି ସ୍ନେହ ଶ୍ରଦ୍ଧା ପାଇଲେ ପୂର୍ଣ୍ଣ ହେବ ମୋ ଆଶା

ମହାପ୍ରଭୁଙ୍କୁ ମାଗୁଣି ମାନବ ଭାଇମାନଙ୍କୁ ଗୁହାରି

ମୋତେ ଭାବନ୍ତୁ ନାହିଁ କେହି ଦୁର୍ବଳ କି ଅକ୍ଷମ

ହେଲେ ବି ଦିବ୍ୟାଂଗ ଭିନ୍ନକ୍ଷମ ସବୁରି ପରି ମୁଁ ବି l


ଏ ସଂସାରର ସୁନ୍ଦର କାନନରେ ଫୁଟା ଫୁଲଟିଏ

ଆଦର ଯତ୍ନରେ ମୋତେ କଲେ ଉଚ଼ିତ ବ୍ୟବହାର

ମୋର ସ୍ଵାଭିମାନ ରଖିବାକୁ ମୁଁ ବି ହେବି ସମର୍ଥ ।

            



Rate this content
Log in

Similar oriya poem from Tragedy