STORYMIRROR

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ଶୀତରେ ଚାହା

ଶୀତରେ ଚାହା

1 min
170


ଶୀତ କାଳ ସକାଳରେ ଶୀତର ଦାଉରୁ

କମ୍ପଇ ଶରୀର ଜାଡ ତାପେ ଥୁରୁ ଥୁରୁ ।

ହାତ ପାଦ ସେକ ଦେଇ ଚାହା ପିଇବାକୁ

ଭଲ ଲାଗେ , କେତେ ହିତ ଅଟଇ ଦେହକୁ ।

ଚାହା ଆଉ ବିସ୍କୁଟକୁ ଖାଇ ଖାଇ ଉଷ୍ଣ

ହୋଇ କ୍ରମେ ଶୀତ ଦାଉ ହୁଏ ଉପଶମ ।

ମୁଢ଼ି , ଚେନଚୁରୁ ଜଳ ଖିଆରେ ଖାଆନ୍ତି

ରୁଟୁ ମୂଟୁ ବୁଟ ଆଉ ମଟର ଚୋବାନ୍ତି ।

ଭଜା ବାଦାମକୁ ଖାଇବାକୁ ମଜା ଲାଗେ 

ନିଆଁ ପୁଇଁ ପୁଇଁ ଖାଉ ଥାନ୍ତି ରାତି କାଳେ ।

ସକାଳ ସଞ୍ଜରେ ନିଆଁ ପାଖେ ବସି ଚାହା

 ପିଇବାକୁ ଶୀତ ଦିନେ ଲାଗେ ଅତି ମଜା ।



Rate this content
Log in

Similar oriya poem from Abstract