STORYMIRROR

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ପ୍ରଣାମ ଘେନ ହେ ପ୍ରିୟ

ପ୍ରଣାମ ଘେନ ହେ ପ୍ରିୟ

1 min
173

ପ୍ରଣାମ ଘେନ ହେ ପ୍ରିୟ ଏ ପବିତ୍ର 

ଧରା କୋଳରେ ତୁମେ ହିଁ ମଙ୍ଗଳ ମୟ

ଅନନ୍ତ ଅସୀମ ଭାବର ଭଣ୍ଡାର

ଶାନ୍ତି ସନ୍ତୋଷର ସମ୍ଭାର

ଅନୁପମ ଦିବ୍ୟ ପୁଲକ ପ୍ଲାବନ ଖେଳାଇ

ଜୀବନ ପଥେ ଅଦ୍ଭୂତ ଅଖିଳ

ବିଶ୍ୱକୁ ନିର୍ମାଣ କରିଛ ବହୁ କୌଶଳ

ଭିଆଇ ତୁମ୍ଭେ ହେ , ଆହେ ଦୟାମୟ

ବିଶ୍ବବିହାରୀ ହେ ପ୍ରିୟ

ପ୍ରଣାମ ଘେନ ହେ ଅନନ୍ତ ଅଚ୍ୟୁତ

ଆଦିମୂଳ ହେ , ନମସ୍ତେ

ତୁମ୍ଭେ ପରମାତ୍ମା , ତୁମ୍ଭେ ପରାତ୍ପର

ଅନନ୍ତ ଅଖିଳ ସ୍ରଷ୍ଟା

ଦିବ୍ୟ ଶକ୍ତି ସ୍ରୋତ ପ୍ରବାହିତ ହୁଏ

ଭକତ ଭାବେ ପ୍ରତିଷ୍ଠା

ସମୃଦ୍ଧି ପଥରେ ଅଗ୍ରସର କର

ତୁମ୍ଭେ ଜୀବନ ସବୁରି

ତୁମରି ପ୍ରଚେଷ୍ଟା ଘେନି ପୁଲକିତ

କରେ ସଦା ନାନା ମତେ

ତୁମରି ସନ୍ଧାନ ପାଇବା ନିମନ୍ତେ

ଋଷି ମୁନି ଏ ମରତେ

ଭ୍ରମି ଚାଲି ଥାନ୍ତି ଦିଅ ଦିବ୍ୟ ଶକ୍ତି

ସାମର୍ଥ୍ୟ, ଜ୍ଞାନ କୌଶଳ

ଧନ୍ୟ କର ତୁମେ ଆହେ ଦୟାମୟ

ଜୀବନ ଯାତ୍ରା ସଫଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract