Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Action Classics

3  

Satyanarayan Sahoo

Romance Action Classics

ଭଲପାଏ ତୋତେ ଶହେ ରୁ ଶହେ

ଭଲପାଏ ତୋତେ ଶହେ ରୁ ଶହେ

1 min
134


ଭଲପାଏ ତୋତେ ଶହେ ରୁ ଶହେ 

ଆହା କି ଆମୋଦେ ପରାଣ ମୋହେ ।

ବୁଜି ଦେଲେ ଆଖି ଆସେନା ନିଦ

ଭାବି ଭାବି ଚାଲିଥାଏ ଆନନ୍ଦ ।

ମନରେ ମୁଁ ତୋର କଥା ସର୍ବଦା

ଦିଅନ୍ତି ମୁଁ ତୋତେ ସବୁ ସୁବିଧା ।

ଭଲପାଏ ତୋତେ ଶହେ ରୁ ଶହେ 

ତୋର ଗୁଣ କୀର୍ତ୍ତି ପରାଣ ମୋହେ । 

ପଡ଼ିବାରୁ ତୋ'ର ପ୍ରେମରେ ନିତି

ବଢି ଚାଲିଅଛି ତୋ ପ୍ରତି ପ୍ରୀତି ।

ଅନୁରାଗ ସ୍ନେହ ଶ୍ରଦ୍ଧା ଆଦର 

ଓଜାଡି ଦେଉଛି ତୋର ଉପର । 

ଭଲପାଏ ତୋତେ ଶହେ ରୁ ଶହେ 

ଚାରୁ ହାସ ତୋର ମୋ ମନ ମୋହେ ।

ଭଲପାଏ ତୋତେ ଶହେ ରୁ ଶହେ 

ଚାରୁ ଚାଲି ତୋର ସୁନ୍ଦର ଦିଶେ ।

ମନୋହର ଶୋଭା ତୋ ଅପଘନ

ମନେ ପଡେ ମନେ ମୋ ଘନ ଘନ । 

ଭଲପାଏ ତୋତେ ଶହେ ରୁ ଶହେ 

ଅଙ୍ଗଭଙ୍ଗୀ ବେଶ ସୁନ୍ଦର ଶୋହେ ।

ରୂପରେ ଗୁଣରେ ତୁ ଅନୁପମ

ଆକର୍ଷି ନେଉଛୁ ମୋହର ମନ ।



Rate this content
Log in

Similar oriya poem from Romance