STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ଆସ ପ୍ରିୟେ

ଆସ ପ୍ରିୟେ

1 min
406

ଆସ ପ୍ରିୟେ ସମ୍ଭ୍ରମତାର ଓଢଣୀକୁ

ଦୁରେ ଫିଙ୍ଗି ଦେଇ

ତୁମ ଭିତରର ଦୁର୍ବଳତା ସବୁକୁ ଅଣ୍ଟିରେ ଲୁଚାଇ,

ମୁଁ ଆଶାର ଡେଣା ଯୋଡିଏ ନାଇ ଦେବି ଯେ

ତୁମେ ଉଡ଼ିବ ମୋ ସ୍ୱପ୍ନାକାଶେ ପରୀଟିଏ ହୋଇ।


ଆସ ତୁମ ମନର ଦରିଦ୍ରତାକୁ

ପଛରେ ପକାଇ

ଯେତେ ସବୁ ଦୁର୍ଭାବନାକୁ ଜଳରେ ଭସାଇ,

ମୁଁ ରଙ୍ଗ ଟିକେ ମାଖିଦେବି ଯେ

ତୁମେ ସାଜିବ ତୋରଣଟିଏ ମୋ ଦୁଆରେ ଇନ୍ଦ୍ରଧନୁ ହୋଇ ।


ଆସ ତୁମ ଦୁଃଶ୍ଚିନ୍ତାର ଦୃଢ଼ ଶୃଙ୍ଖଳକୁ

ନିଷ୍ଠୁର ହୋଇ ହାତରେ ଛିଡ଼ାଇ

ନିନ୍ଦା ଅପବାଦର ବାଜେ ଚିନ୍ତା ସବୁ ମନରୁ ଭୁଲାଇ,

ମୁଁ ପ୍ରିତୀ ମନ୍ଦାକିନୀ ଟିକେ ସିଞ୍ଚିଦେବି ଯେ

ତୁମେ ଭିଜୁଥିବ ମୋ ଅଗଣାରେ ମେଘଟିଏ ହୋଇ।


ଆସ ତୁମ ରାଗ ଅଭିମାନ ଯେତେ

ସବୁ ପଛେ ସାଥେ ନେଇ

କିନ୍ତୁ ଆସ ତୁମେ ସନ୍ଦେହର ପାଦୁକା ହଜେଇ,

ତୁମ କେଶରେ ସାମାନ୍ୟ ଦେବି ଚଳାଇ ଆଙ୍ଗୁଠି

ତୁମେ ଶୋଇଯିବ ମୋ କୋଳରେ ମଥା ପାରି ଦେଇ।


ଆସ ତୁମ ଶୂନ୍ୟସ୍ଥାନ ସବୁକୁ

ଆଲୋକର ଅଗୋଚରେ ନେଇ

ଅନ୍ଧାର ବି ପୁରା କରେ ଅନେକ ଅଭିଳାଷ

ଏକଥାକୁ ମନକୁ ବୁଝାଇ,

ମୋ ସମସ୍ତ ଥିଲାପଣକୁ ଅଜାଡ଼ି ଦେବି ଯେ

ତୁମେ ପୁରି ଉଠିବ ମୋ ଅଗଣାକୁ ପୂର୍ଣ୍ଣ କରି ଦେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance