Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nihar Ranjan Acharya

Romance

4.5  

Nihar Ranjan Acharya

Romance

ସଙ୍ଗୀତ ସୁରଭି

ସଙ୍ଗୀତ ସୁରଭି

1 min
1.5K


ରୂପସୀ-ଲଳନା ସଙ୍ଗୀତ ମୂର୍ଚ୍ଛନା 

ସା-ରେ-ଗା-ମା-ପା ର ସୁରେ, 

ନିନାଦିତ କରେ ପ୍ରତିଟି ହୃଦୟ 

ଆନନ୍ଦ ଉଲ୍ଲାସ ଭରେ ।


ସୁର ତାଳ ତବ ନଭ ଶୋଭା ତାଳେ 

ପ୍ରାଣେ ଭରେ ଅନୁରାଗ, 

ହଂସ ହସଂରାଳୀ ଭାବ ସୁରେ ମତ୍ତ 

ଝରୁଛି ସତେ ବିଭବ ।


କୀଟ ତରୁ ଲତା ସ୍ଥାବର ଜଙ୍ଗମ 

ପଶୁ ପକ୍ଷୀ ମନ ହୃଦେ, 

ଯକ୍ଷ ରକ୍ଷ ଅବା ଗନ୍ଧର୍ବ କିନ୍ନର 

ବିମୋହିତ ଛାନ୍ଦ ଛନ୍ଦେ ।


ବ୍ଯଥା ଭୁଲିଯାଏ ବ୍ୟଥିତ ହୃଦୟ 

ଆତ୍ମଜ୍ଞାନ ବଳି ଦେଇ,

ଚାତକ ପରାୟେ ଚାହିଁ ରହିଥାଏ

ସଙ୍ଗୀତ ଝଙ୍କାର ପାଇଁ ।


ବରଷାର ମନ ହୁଏ ଛନ୍ନ ଛନ୍ନ 

ବର୍ଷିବାକୁ ସୁର ତାଳେ, 

ସାତ ସୁରେ ବନ୍ଧା ଜୀବନର ଗାଥା 

ଚେତାଇ ଦେବାକୁ ହେଳେ l


ସଙ୍ଗୀତ ସୁରଭି ବିଚ୍ଛୁରିତ ହେଲେ 

ଆତ୍ମାକୁ କରେ ବିଭୋର,

ଦ୍ୱାପରେ ପ୍ରମାଣ ହୋଇଛି ମର୍ତ୍ତ୍ୟରେ

ମୋହନ ବଂଶୀର ସ୍ଵର ।


Rate this content
Log in

Similar oriya poem from Romance