STORYMIRROR

Nihar Ranjan Acharya

Others

3  

Nihar Ranjan Acharya

Others

ଆଶାର ଆଲୋକ

ଆଶାର ଆଲୋକ

1 min
176

ପୁ:- ଝୁରୁଛି ଏ ମନ ଝୁରେ ରାତି ଦିନ 

  ଝରାଇ ଆଖିରୁ ଲୁହ  

  ଝରଣାଟି ପରି ଝରି ଚାଲିଥିବି 

  ଝରାଇ ଛାତିର କୋହ। 


ଝି:- ହୃଦୟ ଦେଇ ମୁଁ ହୃଦୟ ପାଇଛି 

  ହୃଦୟୁ ପାଉଛି ଭଲ  

  ହୃଦୟରୁ ମୋର ହଟିଯିବ ନାହିଁ 

  ହୃଦୟେ ଭରିବ ମୂଲ। 


ପୁ:- ଲୁହ ଦେଇ ମୋତେ ଲହୁ ନିଗାଡ଼ିଲ 

  ଲଗାଇ ବିରହ ନିଆଁ  

  ଲୁହର ଶ୍ରାବଣ ଲଗାଇଛି ଝଡ଼ 

  ଲିଭାଇ ତୁମର ଛୁଆଁ। 


ଝି:- ଆଶାର ଆକାଶେ ଆଣିଛି ଭରସା 

  ଆଜି ତୁମ ପାଇଁ ପ୍ରିୟ  

  ଆମରି ସ୍ମୃତିର ଆଲୋକ ବର୍ତ୍ତିକା 

  ଆସ ସାଥି ଜାଳି ଦିଅ।



Rate this content
Log in