STORYMIRROR

Nihar Ranjan Acharya

Tragedy

4  

Nihar Ranjan Acharya

Tragedy

ଅସ୍ତସୂର୍ଯ୍ଯ

ଅସ୍ତସୂର୍ଯ୍ଯ

1 min
296

ତୁମ ସାଥେ ବାପା ଭାଗ୍ଯାକାଶେ ମୋର 

ସୂରୁଜ ଯାଇଛି ଡୁବି, 

ପୂରୁବ ଆକାଶ ମନେ ଅବଶୋଷ 

ସ୍ମୃତି ହୁଏ ପ୍ରତିଛବି। 


ସ୍ବପ୍ନ ସବୁ ଏବେ ନିରବ ନିଶ୍ଚଳ 

ବିବଶ ଉଦୟ ସୂର୍ଯ୍ୟ, 

ବୃନ୍ଦାବତୀ ସମ ବସିଅଛି ରହି 

ସତେ କି ଫେରିବ ଶୌର୍ଯ୍ୟ ।


ଅଫେରା ରାଇଜେ ରହିଗଲ ତୁମେ 

ସାଥିରେ ଧରି ଭାସ୍କର, 

ଦିନ ରାତି ମୋର ଏକା ପରି ବିତେ 

ଘୋଟି ଅମା-ଅନ୍ଧାର। 


ତୁମ ସାଥେ ମୋର କଳା ହରି ନେଲ 

ବଞ୍ଚେ ନିଷ୍କ୍ରିୟ ସମାନ, 

ଅତିତ ଗୌରବ ବିସ୍ମୃତ ହେଲାଣି 

ଅଲୋଡ଼ା ହେଲା ଜୀବନ। 


ତୁମ ରକ୍ତ ମାଂସେ ଗଢ଼ା ଏ ଜୀବନ 

ଭୁଲି ନଯାଉ ଏ ମନ, 

ତୁମ ପଥ ଧାରେ ନୀତି ଆଦର୍ଶରେ 

ମତି ହେଉ ଧାବମାନ। 


ଏତିକି ଆଶିଷ ରହିଥାଉ ସଦା 

ଅଳି କରେ ଏ ଅଧମ, 

ଅସ୍ତସୂର୍ଯ୍ଯ ଯାଇ ଭାଗ୍ଯାକାଶୁ ମୋର 

ଉଦୟ ଲଭୁ ତପନ।


Rate this content
Log in

Similar oriya poem from Tragedy