Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nihar Ranjan Acharya

Others

4.1  

Nihar Ranjan Acharya

Others

ସମ୍ପର୍କ

ସମ୍ପର୍କ

1 min
135


ଦେହେ ନାହିଁ ବଳ ବାଡ଼ିଟି ସମ୍ବଳ 

ଚାଲୁଅଛି ନଇଁ ନଇଁ,

ତଥାପି ସରାଗ ମନେ ଜାଗେ ଆଗ 

ନାତି ନାତୁଣୀଙ୍କ ପାଇଁ । 


ପିଠିରେ ପକାଇ ଚାଲେ ଖୁସି ହୋଇ

ଗାଆଁ ଦାଣ୍ଡରେ ବୁଲେଇ, 

କରିଲେ ଅଝଟ ମାରେ ନାହିଁ ଛାଟ 

ମନାଏ ଗପକୁ କହି ।


ଏହି ତ ସେନେହ ଶରଧା ଆଦର 

ଜେଜେ-ଜେଜି ମାଆଙ୍କର, 

ନାତି ନାତୁଣୀଙ୍କ ସୁଖ ପାଇଁ ନିତି

ଝୁରେ ମନ ନିରନ୍ତର । to


ଜେଜେ-ଜେଜି ସୁଖ ମମତା ସାଗର 

ମନଟି ତାଙ୍କ ମନ୍ଦିର 

କେଡ଼େ ମନୋହର ହୃଦୟ ତାଙ୍କର 

କୋଟି ମଣି ପଟାନ୍ତର ।


ବିଧିର ବିଧାନେ ମର୍ତ୍ତ୍ୟ ବଇକୁଣ୍ଠେ

ତାଙ୍କରି ସ୍ନେହ ଆଦର

କୋଟି ହୀରାସମ ଅମୂଲ୍ୟ ରତନ 

ଆଶିଷର ସମାହାର ।



Rate this content
Log in