STORYMIRROR

Nihar Ranjan Acharya

Inspirational

4  

Nihar Ranjan Acharya

Inspirational

ଧିକରେ ମଣିଷ

ଧିକରେ ମଣିଷ

1 min
343

ଦ୍ବାପର ଯୁଗରେ କୃଷ୍ଣ ଅବତାରେ 

କରିଥିଲ ରାସଲୀଳା, 

କଳିଯୁଗେ ପୁଣି ଘୋଷଯାତ୍ରା କରି 

ରଚ ମାନନୀୟ ଲୀଳା। 


ବାହୁଡ଼ା ଯାତ୍ରାରେ ଭିଆଇଲ ପୁଣି 

ଦାମ୍ପତ୍ୟ ଜୀବନେ କଳି, 

ଦ୍ବାପରରେ ତୁମେ ଲାଞ୍ଚ ମାଗୁଥିଲ  

ଲାଞ୍ଚ ଦିଅ ଏବେ ଛଳି। 


ଅଜ୍ଞାନୀ ମଣିଷ ସେଥିରୁ ଶିଖିଲା 

ନିଜ ସ୍ବାର୍ଥ ସିଦ୍ଧି ମତେ, 

କାମନା ନିଆଁରେ ନିଜକୁ ଝାସିଲା 

ଜଳାଇ ଅବଳା କେତେ। 


ଦାମ୍ପତ୍ୟ ଜୀବନେ କଳି ଗୋଳ କରି 

ଭାଙ୍ଗି ନିଜ ପରିବାର, 

ଆପଣା ରକ୍ତକୁ ଜନମ ଦେଇଣ 

କରୁଛନ୍ତି ହତାଦର। 


ଜୀବନର ପ୍ରତି ପଦକ୍ଷେପେ କରେ 

କେତେ ଲାଞ୍ଚ ଦିଆ ନିଆ, 

ବିନା ଲାଞ୍ଚେ କିଛି କାମ ନାହିଁ ଏବେ 

ଶିଖିଲା ଏହା ଦୁନିଆ। 


ଧିକରେ ମଣିଷ ଧିକ ତୋର ବୁଦ୍ଧି 

ଈଶ୍ବର ତୁଲ ମଣୁଛୁ, 

ଐଶ୍ବରୀୟ ଶକ୍ତି ବୌଦ୍ଧିକ ତତ୍ତ୍ବକୁ 

ବିକୃତ କରି ତୋଳୁଛୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational