STORYMIRROR

Nihar Ranjan Acharya

Inspirational

4  

Nihar Ranjan Acharya

Inspirational

ସଖା ହେ...

ସଖା ହେ...

1 min
261

ଆରତୀ ସଜଡ଼ି ବସିଛି ଯୋଗାଡ଼ି 

ବିଜେ ହୃଦ ସିଂହାସନେ, 

କାମନା ବାସନା ଧୂପ ଦୀପ ଜାଳି 

ନିବେଦୁଛି ତୋଷ ମନେ। 


ଅଜ୍ଞାନ ଅନ୍ଧାର ଦୂରୀଭୂତ କର 

ଜ୍ଞାନ ଦୀପ ହୃଦେ ଜାଳି, 

ଭଉତିକ ବାସ୍ନା ଲିଭିଯାଉ ତୃଷ୍ଣା 

ପରମାର୍ଥ ଚିନ୍ତା ଭାଳି। 


ପର ନିନ୍ଦା ଚର୍ଚ୍ଚା ଅପବାଦେ ମଥା 

ନପଶୁ କେବେ ମୋହର, 

ଆତ୍ମଗର୍ବ ଅବା ଅହଙ୍କାର କେବେ 

ନଛୁଉଁ ମନକୁ ମୋର। 


ଜୀବ ସେବା ପାଇଁ ଦିଅ ହେ ଶକତି 

ନିସ୍ବାର୍ଥରେ ସେବୁଥିବି, 

ସେବା କର୍ଯ୍ଯେ ପଛେ ଜୀବ ଯାଉ ମୋର 

କୁଣ୍ଠିତ କେବେ ନହେବି। 


ଜୀବ ଗଲା ବେଳେ ତୁମ ନାମ ରୂପ 

ନଭୁଲୁ ମୋର ଏ'ମନ 

ଶେଷ ବେଳେ ସଖା ତୁମେ ଥିବ ପଖା 

ଏତକ ମୋ ନିବେଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational