Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nihar Ranjan Acharya

Others

3.7  

Nihar Ranjan Acharya

Others

ପ୍ରାର୍ଥନା

ପ୍ରାର୍ଥନା

1 min
170


ପଙ୍କଜ ନେତ୍ରରେ ପଲକ ପଡୁ଼ନି 

    ପାରୁନ ତଥାପି ଦେଖି, 

ପ୍ରସାରିଣ ବାହୁ ପ୍ରକଟ ହୋଇଛ 

   ପାବଚ୍ଛ ବାଇଶି ଯୋଖି ।


ପାଦ ନାହିଁ ବୋଲି ପହଣ୍ଡିରେ ଯାଅ

    ପଣ୍ଡା ପଢ଼ିଆରୀ ରଖି, 

ପୁରୀ କ୍ଷେତ୍ରବାସୀ ପରିଚିତ ତୁମ 

   ପାପୀର କେ ଅଛି ସାଥୀ !


ପାଷାଣୀ ଅହଲ୍ୟା ପାପ କଲ ଅନ୍ତ 

   ପାଦ ଥାପି ପଥପ୍ରାନ୍ତେ, 

ପାରି ହେବା ପାଇଁ ପ୍ରଳାପୁଛି ମୁହିଁ 

   ପାରୁନ ଶୁଣି କିଞ୍ଚିତେ !

     

ପରଂବ୍ରହ୍ମ ବୋଲି ପାଇଛ ଉପାଧି 

    ପାଳନକର୍ତ୍ତା ବି ତୁମେ, 

 ପାରୁନାହିିଁ ଆଉ ପାପର ବୋଝକୁ 

   ପ୍ରାୟଶ୍ଚିତ ତେଣୁ ମଣେ ।


ପରାଣ ଅଧିର ପାଉନାହିଁ ପଥ 

  ପାପ ପୁଣ୍ୟ ଏ ଜଗତେ, 

ପଥ ପ୍ରଦର୍ଶକ ପ୍ରଭୁ ହୁଅ ତୁମେ 

   ପାରି କର ଏ ପତିତେ ।


ପତିତ ବୋଲି ମୁଁ ପାତୁ ଅଛି ହାତ  

    ପଡ଼ି ତୁମ ସିଂହଦ୍ବାରେ,

 ପତିତପାବନ ପତିତ ଉଦ୍ଧାରି

   ପ୍ରଶମିତ ଦୁଃଖ ବାରେ ।



Rate this content
Log in