STORYMIRROR

Nihar Ranjan Acharya

Inspirational

3  

Nihar Ranjan Acharya

Inspirational

ରସ କବିତା ଓ କବି

ରସ କବିତା ଓ କବି

1 min
207

ରସିକତା ପଣେ ସର୍ବ କବିକୁଳ 

ଶ୍ରେଷ୍ଠ ଓଡ଼ିଆ ସାହିତ୍ୟ,

ରସ ପାଇଁ ଯଶ ଭଞ୍ଜ ଅବା ସୂର୍ଯ୍ୟ 

ତିଷ୍ଠିଛି କବି କୃତିତ୍ବ।


ରସିକତା ପଣେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ  

ରସକଲ୍ଲୋଳର ରସ, 

ଉତ୍କଳ ଘଣ୍ଟଙ୍କ ହାସ୍ୟ ରସ ସହ 

କୃତି ରାଘବ ବିଳାସ।


ସବୁରି କୃତୀତ୍ଵେ ରସିକତା ଅଛି 

ରସ ବିନା ନାହିଁ କୃତି

ରସରେ ରାସରେ ଗୋପିଏ ଭିଜିକି 

ପାଇଛନ୍ତି ପରା ମୁକ୍ତି।


ଭାବ-ରସ ବିନା କବିତା ଅଲୋଡ଼ା  

ଯେହ୍ନେ ଲୁଣ ବିନା ଭଜା,

ଭାବ ରସ ପାଇଁ ସମ୍ରାଟ ଉପେନ୍ଦ୍ର

ମଥାନତ ରାଜା-ପ୍ରଜା।


ରସିକତା ପଣ ନିଶ୍ଚିତ କବିର 

ଅଟେ ସ୍ବଭାବିକ ଗୁଣ, 

ଅଶ୍ଳୀଳ ଭାବରେ ଗଣଇ ମୁରୁଖ 

ହୀନ ମାନସିକ ପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational