STORYMIRROR

Nihar Ranjan Acharya

Inspirational

4  

Nihar Ranjan Acharya

Inspirational

ନିବେଦନ

ନିବେଦନ

1 min
285

ଲୋଡ଼ା ନାହିଁ ମୋର ସରଗ ସୁଖ 

ପୀରତି ଡୋରେ ବାନ୍ଧ କଳାଶ୍ରୀମୁଖ 

ଆହେ ଚକାବଦନ 

ତୋ' ମୁଖ ଚାହିଁ ଯାଉ ଜୀବନ। 


ପ୍ରତି କ୍ଷଣେ ଥାଅ ମୋହର ପାସ 

ସ୍ଥୁଳରେ ହେଉ ଅବା ସକ୍ଷ୍ମରେ ଆସ 

ଆହେ ମୋ' ପୀତବାସ 

ତୋ' ସାଥେ ରଚିବି ପ୍ରୀତି ରାସ। 


ଭବ ସାଗରରେ ଭବ ନାଉରୀ

କରିଛ ତୁମେ ମୋର ମନକୁ ଚୋରି 

ଆହେ ଲବଣୀ ଚୋର 

ଭବ ସାଗରୁ ଉଦ୍ଧାର କର। 


ପତିତ ଜନର ଉଦ୍ଧାର କାରୀ 

ଶୁଣିବା ହେଉ ବାରେ ମୋର ଗୁହାରି 

ଆହେ ମୋ' ଦୁଃଖ ହାରି 

ଅଧମ ନୀହାରେ କର ପାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational