STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ଆସ ବାସ୍ତବକୁ

ଆସ ବାସ୍ତବକୁ

1 min
121

ତୁମରି ରୂପର ପୂଜାରୀ ହୋଇ ମୁଁ 

ପାଉଛି ତୁମ ମହକ, 

ବାହୁ ବନ୍ଧନରେ ବାନ୍ଧିଦିଅ ମୋତେ 

ସଜାଇ ତୁମ ପ୍ରେମିକ। 


ଭାବନାରେ ହଜି ଭିଜି ଭିଜି ଖୋଜେ 

ଭେଟ ମିଳଇ କ୍ଷଣିକ, 

ରାତି ସରିଗଲେ ସ୍ବପ୍ନ ଭାଙ୍ଗିଗଲେ 

ଖୋଲଇ ଆଖି ପଲକ। 


ସ୍ବପ୍ନରେ ନଆସି ବାସ୍ତବରେ ଆସ 

ଚାହିଁଛି ଯେହ୍ନେ ଚାତକ, 

କଳ୍ପନାରେ ଡୁବି ହୃଦୟରେ ଦେଖେ 

ଅଦ୍ଭୁତ ତୁମ ସ୍ବରୂପ। 


ଭାବନାର ଯେବେ ତୁଳି ଧରି ବସି 

ଆଙ୍କଇ ତୁମ ପ୍ରତୀକ, 

ଧରା ଦେଇ ପୁଣି ଚାଲି ଯାଅ ଦୂରେ 

ନରହି କ୍ଷଣେ ପ୍ରତ୍ୟକ୍ଷ।


ଆସ ପ୍ରିୟତମା ରୂପସୀ ଲଳନା 

ଭାବନାରେ ମିଶିଯାଅ,

କଳ୍ପନାକୁ ତମେ ବାସ୍ତବ ଆଚରି 

କବିତାରେ ଧରାଦିଅ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy