STORYMIRROR

Debadatta Jena

Romance Tragedy

4  

Debadatta Jena

Romance Tragedy

ହାଟ...

ହାଟ...

1 min
451

କ୍ରେତା,ବିକ୍ରେତା

ଗ୍ରାହକ, ଜନତା,

ନେତା ଓ ଅଭିନେତା,

ସଭିଙ୍କର ଭିଡ଼,

ଭୃତ୍ୟ ଓ ସେବକ,

ପ୍ରବଚକ,ପ୍ରଚାରକ,

ଯେତେ ଯାଦୁକର, କଳାକାର

ସମସ୍ତଙ୍କ ଭେଟ..

ସମସ୍ତଙ୍କ ଜୀବନର ସ୍ରୋତ,

ଏଇ ହାଟ..!

କେତେ ବିଜ୍ଞାପନ,ପ୍ରଜ୍ଞାପନର ମେଢ଼

କିଛି ବିନିମୟ ଓ କିଛି ଆବଶ୍ୟକତା

ଏଠି ଉନ୍ମୁକ୍ତ ବିପଣନ, ଚାଟୁକାରିତା

ମୁକ୍ତ ଜୀବନର କଳା କୌଶଳ,

ଜୀବନ ଜିଇଁବାର ମୁଖଶାଳା ପତ୍ର,

ସେଇ ହାଟ, ଜୀବନର ଚାଟ..!

କିଛି ଅଶାର ଆଲୋକ,

କିଛି ପ୍ରତ୍ୟାଶାର ଝଲକ,

ଅନୁପୂରକ, ପରିପୂରକ,

କିଛି ଇପ୍ସିତ, ଇତି ବୃତ୍ତ,

କେତେ ଚଲା ପଥ,ଏଇ ହାଟ..!

ହାତ ପାହାନ୍ତାରେ କିଏ

ଛୁଇଁ ପାରେ ଏଠି ଝୁଲନ୍ତ ଚନ୍ଦ୍ର ପୃଷ୍ଠ,

ପଲକ ଝପକରେ କିଏ

ଦେଇପାରେ ମଙ୍ଗଳ ଗ୍ରହରେ ପାଦ,

ସବୁ ଅପହଞ୍ଚ, ପହଞ୍ଚ

ଶବ୍ଦର ଗତିରେ ଚାଲେ କା'ର

ଯେତେ ସବୁ ଇଚ୍ଛା,ଅନିଚ୍ଛା,

ତରଙ୍ଗ ବେଗରେ ଭେଦିପାରେ

ଯେତେ ଉତ୍କଣ୍ଠା ଓ ଆବେଗ,

ଛୁଇଁ ପାରେ ଆକାଶର ସୂର୍ଯ୍ୟ,

ଉଇଁ ଆସେ ଇସାରାରେ ଅମା ଅନ୍ଧକାର

ଅଡ଼ୁଆଳୁ ସେ ଜହ୍ନ ଓ ଆକାଶରେ ତାରା,

ନିଃଶ୍ୱାସରେ ତାର ସ୍ଫୁଟନାଙ୍କ,ଗଳନାଙ୍କର

ମନ ଛୁଆଁ ପ୍ରତିଶୃତି,ମାପିବାକୁ

ଏଇ ଦୃପ୍ତ ମହାଶୂନ୍ୟ,

ମହା ଜାଗତିକ ପ୍ରସ୍ତୁତିର ପର୍ବ

ଜୀବନ ଯୁଧ୍ୟର ନାଟ, ଏଇ ହାଟ..!

ଏଠି ଫୁଲ ଅଛି, ଫଳ ଅଛି,

ମୂଳ ଅଛି, ଡାଳ ଛନ୍ଦ ହୀନ,

କଳି ଅଛି,କାଳ ଅଛି,ଫଳେ

ମହାକାଳ ଫଳ,ଚର୍ବଣ ଚର୍ବକ,ତିଳକ,

ଧ୍ୱନୀର ବେଗରେ ଶୁଭେ

ଛନ୍ଦିତ ଏ ଦୁନ୍ଦୁଭିର ନାଦ,

ଐନକ,ସୈନକ ସବୁ କିଛି

ମିଳିଯାଏ ଏଠି,ଅନାହୁତେ

ଅନାହତେ,ଅବିଳମ୍ବେ ମନ ଚାହି ମନ୍ତ୍ର,

ସ୍ପର୍ଶ ମାତ୍ରକେ ଖୋଲିଯାଏ

କୁହୁକର ପେଡି, ଅଭିମନ୍ତ୍ରିତ

ମନ ଯାନେ ଆମନ୍ତ୍ରିତ ସଫଳ ପାହାଚ,

ଏଇ ପରା ହାଟ, ଏଇ ପରା ବାଟ,

ଏଠି ଯେ ସପନର ହାଟ..!

ଏଠି ବି ନିଜକୁ ସମର୍ପି ଦେବାର

ଅଫୁରନ୍ତ ନିଶା, ଏକାକାର

ଯେତେ ମସୃଣ ପ୍ରୟାସ, ଯେତେ

ସବୁ ଭାବନା, ସମ୍ଭାବନା ହୁଏ

ନିମିଷକେ ପ୍ରକଟିତ, ପ୍ରସ୍ଫୁଟିତ,

କ୍ଷଣକରେ ଲଙ୍ଘିପାରେ ଦୁର୍ବାର

ଅବଚେତନର ସୂକ୍ଷ୍ମ କାରୁକାର୍ଯ୍ୟ,

ଯେତେସବୁ ସ୍ୱପ୍ନ ହୁଏ କିଣାବିକା

ଅବିରତେ ସମ୍ପାଦିତ ଦୁର୍ଲ୍ଲଭ ମନ୍ଥନ

ମିଳେ କିଛି ବିଷ ଓ ପ୍ରାପ୍ୟ ପୀୟୂଷ,

ଏଇଠି ସମ୍ଭବ ହୁଏ ଯେତେ ସବୁ

ଶାମ୍ଭବୀ ସୌଦାଗରର ସ୍ୱପ୍ନଭୁକ

ପ୍ରାରବ୍ଧ ଆୟୁଷ, ରୂପପାଏ ଯେତେ

ପରିପୂର୍ଣ୍ଣ ପ୍ରାବଲ୍ୟର ଅବାଂଛିତ ,

ଯେତେ ସବୁ ଜୀବନ ସାୟାହ୍ନ..!

ପ୍ରଜ୍ଜ୍ୱଳିତ କାମନା ବାସନାର

ପ୍ରକମ୍ପିତ ପାପ, କିଛି କ୍ଷତ ବିକ୍ଷତ

ଯନ୍ତ୍ରଣାର ତୃପ୍ତ ମନୋରଥ,

ବିକ୍ଷିପ୍ତ ଜୀବନର ଶୋଭାଯାତ୍ରା,

ତ୍ରସ୍ତ ସଫଳାୟନର ଦିଗବିଦିଗ

ରଟ, ପ୍ରତିକ୍ଷଣ, ପ୍ରତି ମୁହୂର୍ତ୍ତର

ଅନ୍ତହୀନ ଚୈତ୍ର, ଏଇ ହାଟ..!

କିଛି ବାସ୍ତବ,ଅବାସ୍ତବ ଓ ଯେତେ

ଅଭୀପ୍ସିତ ସ୍ୱପ୍ନ ହୁଏ ଚରିତାର୍ଥ,

ଏଇ ସପନର ହାଟ.. !


,




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance