STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ଚନ୍ଦ୍ରମୁଖୀ

ଚନ୍ଦ୍ରମୁଖୀ

1 min
293

ଖୁସି ମିଳେ ମୋତେ ଦେଖି ଦେଲେ ତୋତେ 

ଲାଜେ ମୁଁ ସରମି ଯାଏ, 

ମୁହଁ ଖୋଲି କେବେ କହି ପାରେ ନାହିଁ 

ତୋତେ କେତେ ଭଲପାଏ।


ଦାଉ ଦାଉ ଜଳେ ତୋ' ବିନା ଏଠି ମୁଁ 

କାହାଗେ ପାରେନା କହି, 

କହିବାକୁ ଭାବେ ଯେତେ ଥର ମୁହିଁ 

ଓଠ ପାଖେ ଯାଏ ରହି। 


କେଉଁ ରାଇଜର ବିନ୍ଧାଣୀ ସିଏ ଲୋ 

ଗଢ଼ି ଦେଲା ତତେ କହ, 

ରୂପ ଲାବଣ୍ୟର ଅପସରିଟିଏ

ଜହ୍ନ ବି ଲୁଚାଏ ମୁହଁ। 


ଦେଖି ନାହିଁ କାହିଁ ତୋ' ପରି ଲଳନା 

ଏହି ମରତ ଧାମରେ, 

ସରଗର ପରୀ ଅବା ଫୁଲଝରି 

ଝରୁଛୁ ତୁ ମୋ' ମନରେ । 


ମିଳି ଯିବୁ ଯଦି ମୋ' ମନ ମୟୂରୀ 

ମୋ' ପରି ହୀନ ଭାଗ୍ଯରେ, 

ଲଭନ୍ତି ମୁଁ ତୃପ୍ତି ଆଲୋ ଚନ୍ଦ୍ରମୁଖୀ 

ଚୁମ୍ବନ ଦେଇ ଅଧରେ ।


Rate this content
Log in