କିଏ ତୁମେ?
କିଏ ତୁମେ?


ତୁମେ ବୋଧେ ସେଇ ଜହ୍ନ ର ଜୋଛନା
ଛୁଇଁ ଦେଇ ଯାଅ ଧୀରେ,
ପଲକ ଖୋଲି ମୁଁ ଦେଖିଲା ବେଳ କୁ
ଲୁଚିଯାଅ ବାଦଲ ରେ l
ତୁମେ ବୋଧେ ସେହି ପାଗଳ ଭ୍ରମର
ଉଡି ବୁଲ ଚଉପାଶେ,
ଅଳସ ଭାଙ୍ଗି ମୁଁ ଉଠିଲା ବେଳକୁ
ଚାଲିଯାଅ ଦୂରଦେଶେ l
ତୁମେ ବୋଧେ ସେହି ଚଗଲା ପବନ
ଉଡେଇ ନିଅ ଏ ମନ,
ନିଜକୁ ସମ୍ଭାଳି ତୁମ ପ୍ରକୋପ ରୁ
ହୁଅଇ ମୁଁ ଛନଛନ l
ତୁମେ ବୋଧେ ସେହି ପାହାନ୍ତି ସପନ
ନିଦ ଶେଷ ହେଲେ ଆସ,
କୁହୁଡି ଦେଇ ମୋ ମନ ଝରକା ରେ
ଭରିଦିଅ ଅବଶୋଷ l