STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ନୂଆ ପ୍ରୀତିର ସ୍ପର୍ଶେ

ନୂଆ ପ୍ରୀତିର ସ୍ପର୍ଶେ

1 min
141

ନୂଆ ସକାଳ,ନୂଆ ଉଦ୍ଭାଷଣ 

ନୂଆ ଚିନ୍ତାର ସମ୍ଭାର ନେଇ ଆସିଥାଏ,

ଆଜି ମୋ ଚଲାପଥ ନୂଆ ବୈଶାଖ ନେଇ ଆସିଅଛି। 


ନୂଆ ଦିଗନ୍ତ, ନୂଆ ଦିଗ୍ ବଳୟ

ନୂଆ ଆଶାର କିରଣ ନେଇ ଆସିଥାଏ, 

ଆଜି ମୋ ପ୍ରଭାତ ନୂଆ ସ୍ୱପ୍ନ ନେଇ ଆସିଅଛି। 


ନୂଆ ଅନୁଭବ, ନୂଆ ଅନୁଭୂତି 

ନୂଆ ଉନ୍ନତିର ରଙ୍ଗ ଆଣିଥାଏ, 

ଆଜି ମୋ ଫଗୁଣ ନୂଆ କର୍ମ ନେଇ ଆସିଅଛି। 


ନୂଆ ପ୍ରେମ, ନୂଆ ପରିଚୟ 

ନୂଆ ସ୍ମାରକୀ ନେଇ ଆସିଥାଏ ,

ଆଜି ମୋ ଭାବନା ନୂଆ ସାଥୀ ନେଇ ଆସିଅଛି। 


ନୂଆ ରୂପ, ନୂଆ ଚିନ୍ତା 

ନୂଆ ପ୍ରଶ୍ନ ର ରଚନା କରିଥାଏ, 

ଆଜି ମୋ ପ୍ରକୃତି ନୂଆ ଆଶାର ସଞ୍ଚାର କରିଅଛି। 


ନୂଆ କଥା, ନୂଆ ସତ୍ତା 

ନୂଆ କାହାଣୀର ସୃଷ୍ଟି କରିଥାଏ, 

ଆଜି ମୋ ଅଭିନୟ ନୂଆ ଚଳଚ୍ଚିତ୍ର ଟିଏ ଗଢିଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance