STORYMIRROR

ସୁଭଦ୍ରା ସିଂହ

Inspirational

3  

ସୁଭଦ୍ରା ସିଂହ

Inspirational

ଶ୍ରୀକ୍ଷେତ୍ରଧାମ

ଶ୍ରୀକ୍ଷେତ୍ରଧାମ

1 min
245

ଚାରି ଧାମ ମଧ୍ୟେ ଅନନ୍ୟ 

ଅଟେ ଶ୍ରୀ କ୍ଷେତ୍ର ଧାମ  

ଉତ୍କଳର ପୂର୍ଣ୍ଣ ଚାନ୍ଦ ହେ 

ଜାଣେ ଚାରି ଭୁବନ  

ପୁଣ୍ୟ ଭୂମି ପୁଣ୍ୟ ସମୀର 

ଏଠି ଅମୃତମୟ  

ଚତୁର୍ଦ୍ଦିଗ ଲାଗେ ପବିତ୍ର 

ବହେ ଶାନ୍ତି ମଳୟ  

ତୟୋନିଧି କରେ ପୂଜନ 

ଧୋଇ ପଦ୍ମ ପୟର  

ପୀତ ପାଠମ୍ୱରୀ ଜଗାର 

ସତେ କି ମନୋହର  

ବଡ ଦେଉଳର ରଜା ହେ

ମୋର କାଳିଆ କାହ୍ନୁ  

ମଞ୍ଜୁଳ ତୋ ସୁନା ବେଶ ଯେ 

ଭକ୍ତ ମନକୁ ଜିଣୁ  

ବଡ ଠାକୁରର ଦାଣ୍ଡ ଯେ 

ସଦା ଶରଧାମୟ  

ଭକ୍ତ ପ୍ରିୟ ଭଗବାନଙ୍କ 

ଯାତ ଜାଜୁଲ୍ୟମୟ  

ଅନାଥର ନାଥ ପ୍ରଭୁ ହେ 

ଧନ୍ୟ ତୁମର ଲୀଳା  

ଅଧମ ଅଜ୍ଞାନ ବାଳି ମୁଁ 

ରଚେ ତୁମ ରଚନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational