STORYMIRROR

ସୁଭଦ୍ରା ସିଂହ

Inspirational

3  

ସୁଭଦ୍ରା ସିଂହ

Inspirational

ସଖୀ ପାଇଁ ପଦେ

ସଖୀ ପାଇଁ ପଦେ

1 min
142

ନାରୀ ନୁହେଁ ସେତ      ନୀର ଧାର ସିଏ 

     ଜାଣି ରଖିଥା ଲୋ ସଖୀ 

ତୃଷ୍ଣା ନିବାରଣ        ଭୂମିର ଚାରଣ

     ଜନ ହିତେ ତା'ର ସୃଷ୍ଟି। 


ତୃଷାର୍ତ୍ତର ତୃଷ୍ଣା       ଦୂର ହୁଏ ଯେବେ 

     ଶୀତଳ ଅନ୍ନର ସ୍ପର୍ଶେ 

ଐଶ୍ଵର୍ଯ୍ୟ ଭିକାରୀ      ସୌଭାଗ୍ୟ ମଣେ ଲୋ

     ସେ ନାରୀ ବଳିଦାନ ଦୃଶ୍ୟେ। 


ଏ ଜୀବନ ଅଧରେ      କେତେ ନଦୀ ନାଳ 

      ପଡିଥାଏ କାଳ ଦେଖି 

ଆପ୍ରାଣେ ପ୍ରୟାସ       ଜାରି ରଖିଥିବୁ 

      ସଂସାର ହିତକୁ ଚିନ୍ତି।


ଆଶାନୁଯାୟୀ ତ       ଦ୍ରବ୍ୟ ନ ମିଳଇ

      ଭାଗ୍ୟ ଦାନେ ପ୍ରାପ୍ତ ସୁଖ

ବିଧାତା ଦେଉଛି        ତୃପ୍ତି ହୋଇ ଯାହା

      ଯଚା ଧନେ କିବା ଦୁଃଖ। 


ସପନ ସହର         ଦରିଦ୍ର ନୁହଁ ଲୋ

     ଅଧା ଗଢି ଭାଙ୍ଗିଯିବ 

ମାଆର ସପନ        ଲକ୍ଷ୍ୟ ହୋଇ ପୁଣି 

      ପୁତ୍ର ଭାଗ୍ୟେ ରୂପ ନେବ। 


ନାରୀ ଆଗ ତୁ ଯେ      ପରେ ତୁ ଆଶାଟେ 

       ଭାବି ରଖିଥିବୁ ମନେ 

ଦୀପଶିଖା ସମ        ଜଳୁଥିବୁ ସଦା 

       ଖୁସି ବାଣ୍ଟିବାକୁ ମନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational