STORYMIRROR

ସୁଭଦ୍ରା ସିଂହ

Inspirational

3  

ସୁଭଦ୍ରା ସିଂହ

Inspirational

ନନ୍ଦରାଜାର ଟିକି ପିଲା

ନନ୍ଦରାଜାର ଟିକି ପିଲା

1 min
153

ହେଲାଣି ସେ ଦିବାକରଙ୍କ 

ଘର ଲେଉଟା ବେଳ  

ଝାପ୍ସା ପଡ଼ିଲାଣି ସୂରୁଯ

ଦାଣ୍ଡ ଦୁଆର ଶାଳ 


ବସା କୁ ବାହୁଡ଼ିଗଲେଣି 

ପଶୁ ପକ୍ଷୀଙ୍କ ମେଳ  

ଧିମେଇଁ ଗଲାଣି ଧନରେ 

ତୁମ ବଂଶୀର ସ୍ୱର  


କାହିଁ ଗଲୁ କଳା କାହ୍ନୁରେ

ହେ ମୋ ହୃଦ ଚନ୍ଦନ  

ବେଳ ବୁଡି ସଞ୍ଜ ଅଇଲା 

ହେ ମୋ ରଂକୁଣି ଧନ  


ଦହି ଦୁଗ୍ଧ ସର ଲବଣି 

ରଖିଅଛି ସାଇତି  

ସତ୍ୱର ଲେଉଟ ଶ୍ୟାମରେ 

ବେଳ ଗଡି ଗଲାଟି  


ନନ୍ଦ ବାଳା ଗଳା ମାଳି ମୋ 

ତୁ ମୋ ନୟନ ତାରା  

ଅନ୍ଧ ଲଉଡ଼ି ତୁ ମୋହର

ହେ ମୋ ସୁଖ ପସରା  


ମା' ଡାକ ଶୁଣି ଯେ କର୍ଣ୍ଣ ମୋ

ହୋଇ ପାଗଳି ପ୍ରାୟ  

ଖୋଜି ବୁଲେ ଗୋପ ପୁରେ ଗୋ

ପାଇ ପୁତ୍ରର ମୋହ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational