STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ପ୍ରେମକୁ ପ୍ରଥମ ପ୍ରଶ୍ନ

ପ୍ରେମକୁ ପ୍ରଥମ ପ୍ରଶ୍ନ

1 min
194

ଆଚ୍ଛା! 

ଇଏ ତେବେ କ'ଣ ସେହି ପ୍ରେମ କି ?

ଯିଏ କେବେ କେବେ ଭିଡ ଭିତରେ ନିଜ ଚଗଲା ଚାହାଣୀରେ ମୋତେ ଛୁଇଁ ଦେଇ ଯାଏ। 


ଇଏ ତେବେ କ'ଣ ସେହି ପ୍ରେମ କି ? 

ଯିଏ ବସନ୍ତର ମନ୍ଦ ମଳୟରେ ଆସି ଫଗୁଣର ଫଗୁରେ ମୋତେ ରଙ୍ଗେଇ ଦେଇଯାଏ।


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ମୋ ଭାବନାର ବାଆଁରା ପକ୍ଷୀକୁ ନିଜ କଥାକୁହା ନୟନରେ ବନ୍ଦୀ କରି ନିଏ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ନିଜ ଦୁଷ୍ଟାମି ଦୃଷ୍ଟିର ପ୍ରକୋପରେ ମୋ ହୃଦୟକୁ ପ୍ରକମ୍ପିତ କରାଏ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ନିଜେ ମୋ ଅଜଣା ବେଦନା ଭରା ହୃଦୟର କାରଣ ହୋଇ ଥାଏ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ମୋତେ ଗୋଲାପି ସନ୍ଧ୍ୟାରେ ଗୋଲାପ ବାଟିକାରେ ଲୁଚି ଲୁଚି ଦେଖୁଥାଏ ।


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ପ୍ରକୃତି ହାତେ ନିଜ ଅନୁଭବର ପତ୍ରକୁ ମୋତେ ପ୍ରେରଣ କରେ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ନିଜ ଭାବନାର ଚଞ୍ଚଳତା ପାଇଁ ଅନୁରକ୍ତି ପୂର୍ଣ୍ଣ ଭାବକୁ ଦୋଷାରୋପ କରେ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ପୁନେଇଁ ଜହ୍ନ ହୋଇ ନୀଳ କଇଁକୁ ଲଜ୍ଜିତ କରାଇଥାଏ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ସ୍ୱପ୍ନ ରାଇଜରେ ଲୁଚକାଳି ଖେଳିବାକୁ ଚାହେଁ।


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ଆତ୍ମୀୟ ସୌନ୍ଦର୍ଯ୍ୟରେ ପାର୍ଥିବ ଶୃଙ୍ଗାରକୁ ଖୋଜି ବୁଲୁଥାଏ। 


ଇଏ ତେବେ କ'ଣ ସେହି ପ୍ରେମ କି? 

ଯିଏ ଅଧରର ସ୍ଥିରତା ଦୃଷ୍ଟିର ଚତୁରତାକୁ ବି ପଢିପାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance