Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Romance

3  

Budhadeba Nayak

Romance

ପ୍ରିୟା

ପ୍ରିୟା

1 min
195



ଭଲ ପାଅ ବୋଲି     କହିଥିଲ ପ୍ରିୟା

       ତାହା କାହିଁ ଭୁଲି ଯାଉଛ,

ଅଭୁଲା ପ୍ରେମକୁ      ଭୁଲ ନାହିଁ ପ୍ରିୟା

       ମତେ କାହିଁ ଧକ୍କା ଦେଉଛ ।


ସାତ ଜନମର       ସାଥି ହେବା କଥା

        ମନେ ଏବେ କାହିଁ ପଡ଼ୁନି,

ଆମ ଏ ପ୍ରେମକୁ      ଅଧୁରା କରନି

       ମୋ ମନକୁ ଭୁଲି ଯିବନି  ।


ପ୍ରଥମେ କହିଲ      କେତେ କଥା ପ୍ରିୟା

        ଏବେ କାହିଁ ପ୍ରିୟା କହୁନ,

ଏ ମନ ହୃଦୟ      ଭୁଲିଲ କି ପ୍ରିୟା

        ମତେ ଟିକେ ଆଉ ଚାହୁଁନ ।


ଚାହୁଁ ନାହଁ ତୁମେ     ଆଗ ପରି ଆଉ

        ତଥାପି କହିନି କିଛି,

ତୁମେ ଚାଲିଯାଅ     ମୁହଁ ପୋତି ଦେଇ

        ଦୁଃଖର ପାଖୁଡ଼ା ବିଞ୍ଚି ।


Rate this content
Log in

Similar oriya poem from Romance