STORYMIRROR

Tapan kumar Sethi

Romance Inspirational Others

3  

Tapan kumar Sethi

Romance Inspirational Others

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
228

ଏମିତି ଯନ୍ତ୍ରଣା ଦେଲୁ ତୁ ରେ ସାଥି

           ମଲା ଯାଏଁ ଝୁରୁଥିବି

ମଲା ଯାଏଁ ସତ ତୋହରି ଛବି କୁ

           ମୋ ହୃଦୟେ ରଖିଥିବି ।।୧।।


ତୋ ମୁହଁ କୁ ଚାହିଁ ସବୁ ମୁଁ ସହିଲି

            ପାଇଲି ତାହାର ସଜା

ମୋ ହୃଦୟ ଭାଙ୍ଗି ଖୁସିରେ ଅଛୁ ତୁ

            ନେଉଛୁ ରେ ଆଜି ମଜା ।।୨।।


ହୃଦୟ ହିନା ତୁ ହେବୁ ବୋଲି ସାଥି

              ଜାଣି ମୁଁ ନଥିଲି ଜମା

ଫେରିଆ ମୋ ପାଶେ ରହିଛି ଅନାଇ

            କରିଦେବି ରେ ମୁଁ କ୍ଷମା ।।୩।।


ଯାହା ତୁ କହିବୁ ସବୁ କଥା ତୋର 

           ମଥାପୋତି ସହି ଯିବି

କଷ୍ଟ ନଦେଇ ତୁ ଫେରିଆ ରେ ସାଥି

          ନହେଲେ ମୁଁ ମରିଯିବି ।।୪।।


ଅଫେରା ବାଟରେ ହାତ ଛାଡ଼ି ଦେଇ

           ସ୍ୱପ୍ନକୁ ମୋ ଚୁନା କଲ

ଦିଗ ହରା ମୁଁ ହେଲି ରେ ତୋପାଇଁ

            କରନା ତୁ କଲବଲ ।।୫।।


ମନରେ ତୋହର ଏତେ ସ୍ୱାର୍ଥ ଥିଲା

    ଜାଣି ମୁଁ ପାରିଲି ନାହିଁ

ହୃଦୟ କୁ ମୋର ଖଣ୍ଡ ଖଣ୍ଡ କଲୁ

    ମୁଁ ମରିଯିବି ତୋ ପାଇଁ                       

ହଁ ମରିଯିବି ତୋ ପାଇଁ ।।୬।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance