ସତରେ,ସ୍ୱାଧୀନ ହୋଇଛୁ ତୁହି!
ସତରେ,ସ୍ୱାଧୀନ ହୋଇଛୁ ତୁହି!
#ଫ୍ରି ଇଣ୍ଡିଆ
ଆସିଛି ରେ ସ୍ୱାଧୀନତା ଦିବସ ।
ନାଚି ଉଠଇ ମୋହରି ଦେଶ ।।
୧୯୪୭ ମସିହା,ଅଗଷ୍ଟ ପନ୍ଦର ।
ସ୍ୱାଧୀନ ହୋଇଲା ଦେଶ ଟି ମୋର ।।
ସହିଦ ବୀରର ଗାଥାକୁ ନେଇ ।
ଅଗଷ୍ଟ ପନ୍ଦର ଆସିଛି ଭାଇ ।।
ମନେ ପ୍ରଶ୍ନ ମୋର ଉଠିଛି ତହିଁ ।
ସତରେ, ସ୍ୱାଧୀନ ହୋଇଛୁ ତୁହି! ।।
ତ୍ରିରଙ୍ଗାକୁ ଚାହିଁ ମନରେ ଭାବ ।
କଣସବୁ ତୁମର ଅଛି ଅଭାବ ।।
ଯେଉଁଠିକି ଗଲେ ଲାଞ୍ଚ ତ ଦେଲୁ।
ଦେଖ କିପରି ଶୋଷଣ ହୋଇଲୁ ।।
ଝିଅ ଟିଏ ଯଦି ରୁହେ ଗର୍ଭରେ ।
ଭ୍ରୁଣ ନଷ୍ଟ ହୁଏ ସେହି ଗର୍ଭରେ ।।
ନପାରେ ଯାଇ ଝିଅ ରାତ୍ରିରେ ।
କିପରି ସ୍ୱାଧୀନ ହେଲ କୁହରେ ।।
ମୌଳିକ ସ୍ୱାସ୍ଥସେବା ଏଠାରେ ନାହିଁ ।
ଗରିବ ରୋଗୀ ଟି ମରଇ ତହିଁ ।।
ଡାକ୍ତରଙ୍କୁ ଅନାଇ ବସଇ ଚାହିଁ ।
କିପରି କହିଲୁ ସ୍ୱାଧୀନ ତୁହି ।।
ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହୋଇ ।
ପଢ଼ି ପାରୁନାହିଁ ପିଲାଟି ଭାଇ ।।
କୁହଥରେ ତୁମେ ମୋତେ ବୁଝାଇ ।
ସତରେ, ସ୍ୱାଧୀନ ହୋଇଛୁ ତୁହି! ।।
ଅସୁବିଧା ଆମ ରହିଅଛି ବିଭିନ୍ନ ।
ସ୍ୱାଧୀନ ନୁହଁ ଆମେ ସବୁ ପରାଧିନ ।।
ଇଂରେଜ ଶାସନୁ ସ୍ୱାଧୀନ ହୋଇ ।
ଭାବୁଛ କି ଆମେ ସ୍ୱାଧୀନ ଭାଇ ।।
ଯେବେ ସ୍ୱାଧୀନ ହୋଇବ ଦେଶ ।
ରାମ ରାଇଜ ହୋଇବ ଭାରତ ।।
ନଥିବ ଏଠାରେ ହିଂସା କପଟ ।
ମୁଣ୍ଡ ଟେକି ଆମେ ଚାଲିବା ବାଟ ।।
ଚାଲ ସବୁ ଆମେ ଏକାଠି ହେବା ।
ତ୍ରିରଙ୍ଗା କୁ ଚାହିଁ ଶପଥ କରିବା ।।
ସବୁ ମନ ଯେବେ ଏକାଠି ହେବ ।
ଦେଶ ସେବେ ଯାଇ ସ୍ୱାଧୀନ ପାଇବ ।।
