STORYMIRROR

Tapan kumar Sethi

Classics Children

4  

Tapan kumar Sethi

Classics Children

ହେ ମହାବାହୁ

ହେ ମହାବାହୁ

1 min
256


ମହାବାହୁ ବୋଲି       ନାମ ଯେ ପାଇଛ

       ଆହେ ମୋର ବେଣୁପାଣି,

ଭକ୍ତ ଭାବେ ବନ୍ଧା       ହେ କଳା ସାଆନ୍ତ

       ଓଡ଼ିଆ ମଉଡ଼ମଣି ।।୧।।

କାହିଁ କେଉଁ କାଳୁ        ରହିଛ ମାଧବ

        କାଳିଆ କଳା ଗୋସାଇଁ,

ଦାରୁବ୍ରହ୍ମ ରୂପେ         ଓହ୍ଲାଇ ଆସିଛ

       ଓଡ଼ିଶା ରାଇଜେ ତହିଁ ।।୨।।

ଶ୍ରୀକ୍ଷେତ୍ର ଧାମ ରେ        କରିଛ ନଅର

        ନୀଳସିନ୍ଧୁ ତୀରେ ଥାଇ,

ରତ୍ନ ସିଂହାସନେ         ବସିଛ ହେ ସାଇଁ

       ଭାଇ ଭଉଣୀଙ୍କୁ ନେଇ ।।୩।।

ଲକ୍ଷେ ଶାଳଗ୍ରାମେ        ସିଂହାସନ ତୁମ

        ଭକ୍ତଙ୍କର ମନ ମୋହୁ,

ଦୁଃଖ କ୍ଳେଶ ସଦା         ଦୂର କର ବାରେ

        ଆହେ ପ୍ରଭୁ ମହାବାହୁ ।।୪।।   

ସଭିଙ୍କ ମୁଖରେ        ହସ ଦେଖିବାକୁ

        ଅନାଇ ରହିଛ ଚାହିଁ,

ଦୁଇ ହାତ ଟେକି       ଦେଉଥାଅ ହସି

        ତୁମେ ପ୍ରଭୁ ଭାବଗ୍ରାହୀ ।।୫।।

ଅହେ ମହାବାହୁ         କୃପା କର ସଦା

        ତରି ଯାଉ ଏହି ପାପୀ,

ସ୍ୱର୍ଗଦ୍ୱାର ହେଉ         ଶେଷ ଠିକଣା ହେ

         ତୁମ୍ଭରି ନାମକୁ ଜପି ।।୬।।

କହେ ଏ ତପନ        ଘେନ ମୋ ପ୍ରଣାମ  

       ତୁମ୍ଭ ପାଖେ ଚିତ୍ତ ଥାଉ,

ଏ ମହୀ ମଣ୍ଡଳ        ଭଜି ଥାଉ ସଦା

       ତୁମ୍ଭ ନାମ ମହାବାହୁ ।।୭।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics