STORYMIRROR

Tapan kumar Sethi

Inspirational

3  

Tapan kumar Sethi

Inspirational

*ରକ୍ଷା ବନ୍ଧନ*

*ରକ୍ଷା ବନ୍ଧନ*

1 min
147

ଏଠି ବାର ମାସରେ ତେର ପରବ 

     ରକ୍ଷାବନ୍ଧନ ଆଜି ନିଆରା ପର୍ବ ।।


ଭାଇ ଭଉଣୀର ଏ ନିଆରା ଦିନ 

     ରହିଛି ଅତୁଟ ଆମ ସେହ୍ନ ବନ୍ଧନ ।।


ରାଖୀ ବନ୍ଧନ ଆଉ ପୋଡ଼ପିଠା 

     ଆରିସା କାକରା ପୁଣି ଗଇଁଠା ।।


ଆହା କି ମମତା ମୋ ଭଉଣୀର 

     କଳି ଝଗଡ଼ା ହୁଏ ଥରକୁ ଥର ।।


ଆଜିର ଦିନରେ ମନ ସୁଖେଇ 

     ମଉନେ ବସିଛୁ ମୋର ଗେହ୍ଲେଇ ।।

 

ବାନ୍ଧିଦେ ରାକ୍ଷୀ ମୋ ସୁନା ଭଉଣୀ 

     ଯାହା କହିବୁ ମୁଁ ଆଣିବି କିଣି ।। 

  

ରାକ୍ଷୀର ପାଉଣା ନିଶ୍ଚୟ ଦେବି 

     ରାଜକୁମାର ମୁଁ ଖୋଜି ଆଣିବି ।।


ସୁନା ଭଉଣୀ ମୋ ସରଗଶଶୀ  

      ଲାଜ ଛାଡ଼ି ତୁ ଦେ ଲୋ ହସି ।।


ହସାଇବି ସଦା ସାରା ଜୀବନ 

     ଏକ ହୋଇ ରହିବ ଆମରି ମନ ।।

ସରଗ ଚାନ୍ଦ ମୁଁ ତୋଳି ଆଣିବି 

     ସାରା ଜୀବନ ମୁଁ ସାଥିରେ ଥିବି ।।


ଭୟ କରିବୁନି କେବେ ଭଗିନୀ 

     ଏକା ରହିବାକୁ ମୁଁ ଜମା ଦେବିନି ।।


ତୋ ସହ ରହିବି ସାରା ଜୀବନ 

     ଆଉ କରେନି ଜମା ତୁ ଅଭିମାନ ।।


ତାରି କଷ୍ଟକୁ ପ୍ରଭୁ ମୋତେ ଦିଅ 

     ବଡ଼ ଠାକୁର ହେ ମୋ କଳା ଦିଅଁ ।।


ହେ ଜଗନ୍ନାଥେ ସବୁ ତୁମରି ନାଟ 

     ପୁଷ୍ପବୃଷ୍ଟି କର ମୋ ଭଉଣୀ ଚଲାବାଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational