Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ratinarayan Rout

Inspirational

3  

Ratinarayan Rout

Inspirational

ଆମ ଓଡିଶା ଆମେ ଓଡ଼ିଆ

ଆମ ଓଡିଶା ଆମେ ଓଡ଼ିଆ

1 min
271



ମହୀ ମଣ୍ଡଳେ     ଭାରତ ଦେଶେ

     ପୂରୁବ ଭାଗ ଭୂଇଁ

ଉଡ୍ର କୋଶଳ     କଳିଙ୍ଗ ଯାର

    ଉତ୍କଳ ନାମ ଥାଇ ||1||


ଉତ୍କଳ ଭୂଇଁ       କଳାର କ୍ଷେତ୍ର

     ସ୍ଥାପତ୍ୟ କଳା ପାଇଁ

 କଳିଙ୍ଗ ନାମେ     ସୌର୍ଯ୍ୟ ପ୍ରକାଶେ

    ବୀର ମାଟି ଏ ଭୂଇଁ ||2||


 ଏଇସେ ଭୂଇଁ         ମହାନ ଅଟେ

       ଜଗତନାଥ ପାଇଁ

 ବାର ମାସରେ       ତେର ପରବ

     ଜଗତେ ନାହିଁ କାହିଁ ||3||


 ଆମ ଐତିହ୍ୟ      ପର୍ବ ପର୍ବାଣୀ

       ନୃତ୍ୟ ଗୀତର ଧାରା

 ସାରା ବସୁଧା      କୁଟୁମ୍ବ କରି

     ମନ ମୋହଇ ଧରା ||4||


 କବି ସମ୍ରାଟ,      ସାରଳା ଦାସ

      ପଞ୍ଚସଖାଙ୍କ କୃତି

 ଗଙ୍ଗାଧରଙ୍କ      କାବ୍ୟ ସାହିତ୍ୟ

    ଫୁଲାଏ ଆମ ଛାତି ||5||


 ଓଡ଼ିଆ ପୁଅ      ବୀର ମହାନ

      ପାଇକ ପୁଅ ପାଇଁ

 ପଥରେ ଶୋହେ  କାରୁକାର୍ଯ୍ୟ ଯେ   

     ଧରମା କୁଳ ଯହିଁ ||6||


 ଦେଶ ପ୍ରେମର    ପ୍ରଦୀପ ଜାଳି

      ଚାଖି ବାଜିଆ ଭାଇ

 ବୀର ସୁରେନ୍ଦ୍ର    ବସ୍କି ସୁବାଷ

    କଷଣ ସବୁ ନେଇ ||7||


 ଉତ୍କଳ ମଣି     ଜଇଆ ଭାଇ

      ଜୀବନ ଛାର କରି

 ଓଡ଼ିଆ ଜାତି     ମାଟି ମାଆର

     ଗରିମା ଛନ୍ତି ଧରି ||8||


 ଗଜପତି ସେ     କୃଷ୍ଣ ଚନ୍ଦର

     ରାଜା ଭଞ୍ଜ ଶ୍ରୀରାମ

 ବୈକୁଣ୍ଠ ନାଥ   ରମାଦେବୀ ଯେ

    ରଖିଲେ ଟେକ ଆମ ||9||


 ମଧୁସୂଦନ     ନୀଳକଣ୍ଠ ଯେ

     କେଶରୀ ମହତାବ

 ବିଜୁ ମହାନ     ଭୂମିର ପୁତ୍ର

     ଓଡିଶା ଗଉରବ||10||


 ଗୌରୀ ଶଙ୍କର    ଚନ୍ଦ୍ର ଶେଖର

     ସେନାପତି ଫକୀର

 ନବକୃଷ୍ଣ ଯେ     ଚଉଧୁରୀ ସେ

   ଓଡ଼ିଆ ଭାଷା ବୀର ||11||


ନୂଆ ଓଡିଶା    ଗଠନ କରି

     ରଖିଲେ ତାଙ୍କ ନାମ

ତାଙ୍କରି ପାଦ    ଅନୁସରଣେ

   କରିବା ଆମେ କାମ ||12||


ଓଡ଼ିଆ ଜାତି    ବୀର ସାହସୀ

    କରିବା ଆସ ପଣ

ମାଟି ମାଆର    ଆମ ଭାଷାର

    ରଖିବା ଆମେ ଟାଣ ||13||



Rate this content
Log in

Similar oriya poem from Inspirational