ଭ୍ରଷ୍ଟାଚାର ଓ ଶିଷ୍ଟାଚାର
ଭ୍ରଷ୍ଟାଚାର ଓ ଶିଷ୍ଟାଚାର
*ଭ୍ରଷ୍ଟାଚାର ଓ ଶିଷ୍ଟାଚାର*
***********************
ଏ ଧରା ଧାମର ଅମୃତ ସନ୍ତାନ
ଏ ଦିବ୍ୟ ମାନବ ପରା
ଦିବ୍ୟତା ରେ ବିଷ ଟିକେ ମିଶିଗଲେ
ଧରାକୁ ମଣଇଁ ସରା ||୧||
ନମ୍ର ଭଦ୍ର ହାସ୍ୟ ଶାନ୍ତି ପ୍ରେମ ମୈତ୍ରୀ
ଦୟା କ୍ଷମା ଆଚରଣ
ଉଦାରତା ଶ୍ରଦ୍ଧା ଶାଳୀନତା ଭାବ
ଶିଷ୍ଟାଚାର ତା ଭୂଷଣ ||୨||
ପିତା ମାତା ଗୁରୁ ପରିବାର ଠାରୁ
ସଂସ୍କାର ଶିକ୍ଷା ମିଳଇ
ତାଙ୍କରି ଆଶିଷେ ଶିଷ୍ଟାଚାରୀ ହୋଇ
ମହାମାନବ ହୁଅଇ ||୩||
ପାଶ୍ଚାତ୍ୟ ଶିକ୍ଷାର ହନୁ କରଣରେ
କୁପଥେ ସମାଜ ଯାଏ
ସେପାଇଁ ମାନବ ଶିଷ୍ଟାଚାର ଛାଡି
ଭ୍ରଷ୍ଟାଚାରୀ ହୋଇ ଥାଏ ||୪|l
କଟୁ କଥା ଘୃଣା ହୀନ କାର୍ଯ୍ୟ ମିଥ୍ୟା
ଦୁର୍ନୀତି ଅନୀତି ଧରି
ପର ନିନ୍ଦା ଚର୍ଚ୍ଚା ଠକ ଭଣ୍ଡ ଲାଞ୍ଚ
ହତ୍ୟା ବଳାତ୍କାର ଚୋରୀ ||୫||
ଭ୍ରଷ୍ଟାଚାର ର ଏ ଅବଗୁଣ ଅଟେ
ହୃଦୟେ ଯାହାର ଥାଏ
ଅମଣିଷ ପଣେ ଗାଣା ହୋଇଥାଏ
ମାନବୁ ଦାନବ ହୁଏ ||୬||
ଦୁର୍ବେବହାର ଯେ କରେ ପିତା ମାତା
ଗୁରୁ ଗୁରୁଜନେ ଦିଏ
ଅଭିଷପ୍ତ ହୋଇ ଅନୁତାପାନଳେ
ଆଜୀବନ କଷ୍ଟ ପାଏ ||୭||
ଆମ ବେଦ ଶାସ୍ତ୍ର ନୈତିକ ଶିକ୍ଷାର
ଖୋରାକ ଯୋଗାଇ ଥାଏ
ଉତ୍ତମ ଶିକ୍ଷାର ଜ୍ଞାନାଲୋକ ଜାଳି
ଉତ୍ତମ ମାରଗେ ନିଏ ||୮||
ଭ୍ରଷ୍ଟାଚାର ଛାଡି ଶିଷ୍ଟାଚାର ପଥେ
ଚାଲିଲେ ଧନ୍ୟ ହୋଇବା
ଯୁଗ ଯୁଗ ପାଇଁ ଇତିହାସ ପୃଷ୍ଠେ
ନାମ ଧରାରେ ରଖିବା ||୯||
*************************
*ରତିନାରାୟଣ ରାଉତ*
ହରିଚନ୍ଦନପୁର,କେନ୍ଦୁଝର,ଓଡିଶା
*************************
