STORYMIRROR

Kalandi pal

Inspirational

3  

Kalandi pal

Inspirational

ନୂଆ ବରଷ

ନୂଆ ବରଷ

1 min
195

ନୂଆ ବରଷ 

କିଏ ହରଷ

   କେ ହୁଏ ସର୍ବନାଶ

କିଏ ହସଇ 

କିଏ କାନ୍ଦଇ

   କାହାର ନାହିଁ ହୋସ ।।


ଆସୁଛି କେତେ 

ଧରଣୀ ପୃଷ୍ଠେ

    ରୁଟିନ ନୁହେଁ ଶେଷ

ପୁରୁଣା ହୁଏ 

ଅତୀତେ ଯାଏ 

   ରଚେ କେତେ ଇତିହାସ ।।


ବାଇଶି ଗଲା 

ତେଇଶି ପରା

    ଆସେ ରଙ୍ଗେଇ ହୋଇ

ରଙ୍ଗୀନ ସ୍ୱପ୍ନ 

ହେବାକି ପୂର୍ଣ୍ଣ

    ସମୟ ଦେବ କହି ।।


ବରଷ ଯାଏ 

ବଦଳି ଯାଏ 

    ଚିରା ଚରିତ କଥା

ବଦଳେ ନାହିଁ 

ମଣିଷ ଖୋଇ

    ସ୍ୱାର୍ଥରେ ଖାଲି ବନ୍ଧା ।।


ସ୍ୱାର୍ଥ ପାଇଁ ସେ 

କରେ ହରଷେ

    ସହଜ ସୂକ୍ଷ୍ମ ପନ୍ଥା

ଡୁବାଇ ଦିଏ 

ସମାଜେ ସିଏ

     ପରମ୍ପରା ଓ ପ୍ରଥା ।।


ବାଆର୍  ହସେ  

ନାଚେ ବେହୋସେ

     ନାଲି ପାଣି ତାମସା

ମାଛ  କୁକୁଡ଼ା 

ଛେଳି କଙ୍କଡା

     ଭୋଗେ କୃତ୍ରିମ ଦଶା ।।


ଚିକେନ ମଦ 

କରଇ ଅନ୍ଧ 

     ବଧେ ଅନେକ ଜୀବ

ଓଡ଼ିଆ ନିତି  

ପଣା ସଂକ୍ରାନ୍ତି

     କଥାକୁ ଟିକେ ଭାବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational