STORYMIRROR

Laxminarayan Sahoo

Inspirational

4  

Laxminarayan Sahoo

Inspirational

ମୋହାବିଷ୍ଟ

ମୋହାବିଷ୍ଟ

1 min
69

ମୋ ଦେହରୁ ଧସି ଯାଉ ସବୁ କାରୁକାର୍ଯ୍ୟ

ଖସିପଡୁ ଗୋଟାକ ପରେ ଗୋଟାଏ ପଥର,

ତଥାପି ମୁଁ ମୋହାବିଷ୍ଟ,

ଅତୀତର ପୂର୍ଣ୍ଣାଙ୍ଗ କୋଣାର୍କ ମୁଦ୍ରାରେ ।


ଅବକ୍ଷୟ କୋଣାର୍କ ଘୋଷଣା କରୁଥାଏ

ଆକାଶକୁ ନିଶୁଣୀ ନ ଥିବାର କିମ୍ବଦନ୍ତୀ,

ମୋର ଵା ଶୁଣିବାକୁ ବେଳ କାହିଁ ।

ମୁଁ ମାଟି ମନସ୍କ ହେବା ଛାଡି ଦେଇ

ଏବେ ଉର୍ଦ୍ଧ୍ବମୁଖୀ ।


ଦେଖ,

ସମୁଦ୍ରର ବେଳାଭୂମି ପରେ

କେମିତି ଲିଭି ଯାଉଥାଏ ପାଦ ଚିହ୍ନ

ଶତ ଶତ ଲହଡିଙ୍କ ଉନ୍ମାଦ ଛୁଆଁରେ ।


ନା ବିଶ୍ୱାସ ଅଛି

ଛାଡି ଆସିଥିବା ପାଦ ଚିହ୍ନ ଉପରେ,

ନା ଭରସା ଅଛି

ଉଡାନ୍ ମାରି ବାକୁ ଚାହୁଁଥିବା

ମୋ ଅଦୃଶ୍ୟ ଡେଣା ଉପରେ ।


ତଥାପି ଶ୍ରାନ୍ତି କାହିଁ 

ଚାଲିବାରେ-ଦୌଡିବାରେ-ଉଡିବାରେ,

ଯେହେତୁ ମୁଁ ମୋହାବିଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational