STORYMIRROR

Laxminarayan Sahoo

Romance

3  

Laxminarayan Sahoo

Romance

ପ୍ରେମ

ପ୍ରେମ

1 min
231

 ମୁଁ ଶବ୍ଦ ଶୂନ୍ୟ

ବାକ୍ୟ ବିହୀନ

ତୁମ ପ୍ରେମ ବଖାଣିଵାକୁ

ତୁମ ପ୍ରୀତି ପାରାବାରେ

ଅବଗାହନ କରିବାକୁ

ଶକ୍ତି ନାହିଁ ମୋର ।


 ଦେଖ ତୁମ ଆଗମନରେ

କେମିତି ପୁରି ଯାଇଛି ସବୁ ଶୂନ୍ୟସ୍ଥାନ

ତୁମ ପ୍ରାପ୍ତିରେ

ମୁଁ ହୋଇଯାଇଛି ସମ୍ପୂର୍ଣ୍ଣ

ତଥାପି ମୁଁ ଅକୃତଜ୍ଞ କାହିଁକି ।


 କେଉଁ କବିର ଲେଖନୀ ନିଃସୃତ

ଅମୃତ ନିର୍ଝର ତୁମେ

ମୁଁ ବିମୁଗ୍ଧ ସ୍ତାବକ

କେଉଁ ବିନ୍ଧାଣିର ନିଖୂଣ ସୃଷ୍ଟି ତୁମେ

ମୁଁ ପ୍ରୀତି ସୈ।ଦାଗର

କାହା ସୁରିଲା ସଂଗୀତର

ମଧୁର ମୂର୍ଚ୍ଛନା ତୁମେ

ମୁଁ କେବଳ ଗାୟକ

ନନ୍ଦନକାନନେ ତୁମେ

ସଦ୍ଯ ଫୁଟା ପାରିଜାତ

ମୁଁ ପାଗଳ ଭ୍ରମର

ତୁମେ କେଉଁ ତଥାସ୍ତୁ ଦେବତା ହାତର

ପରଶମଣି

ମୁଁ ଯାହାବି ହୋଇଛି

ତାହା କେବଳ ତୁମରି ସାନ୍ନିଧ୍ୟ ।


 ତୁମେ ମୋର ବିକଳ୍ପ

ମୋର ପ୍ରତିବିମ୍ବ

ମୁଁ ତୁମ ପ୍ରତିଶବ୍ଦ

ପ୍ରତିଧ୍ୱନୀ

ତୁମେ ସ୍ଥିର

ତୁମ ଚାରିପଟେ ମୁଁ ଉପମା ଅନେକ।


 ମୋ ଆକାଶରେ ତୁମେ

ଜହ୍ନ ହୋଇଥାଅ

ଜ୍ୟୋତ୍ସ୍ନା ବିଞ୍ଚୁଥାଅ

ପ୍ରତାରଣାର ଗରଳ ସବୁ ପାନ କରି

ପ୍ରେମ ଉଦ୍ଗାରୁ ଆଅ

ପ୍ଲାବିତ କରୁଥାଅ

ମୋର ଅଛୁଆଁ ଉପତ୍ୟକା

ଯୋଗ୍ୟ କରୁଥାଅ ମୋତେ

ନିରନ୍ତର ତୁମରି ପ୍ରେମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance