STORYMIRROR

Laxminarayan Sahoo

Abstract Inspirational

3  

Laxminarayan Sahoo

Abstract Inspirational

ସପନର୍ ଘରଟେ ବନାମା ଚାଲ୍

ସପନର୍ ଘରଟେ ବନାମା ଚାଲ୍

1 min
175


ଚାଲ୍ ସଜନୀ ସାଂଗର୍ ଜୁଲି

ପାହାରେ ପାହା ମିଶାଇ ପାହେ ପାହେ ଆଗକେ ଯିମା

ପଛକେ ଆର୍ ଲେହେଁଟି ନାଇଁ ଦେଖ୍ ନ

କଲା କିଟ୍ ମିଟ୍ ଅନ୍ଧାର୍ ଭିତରେ ପାହାଁତିଆ ତରାକେ ଛାଡି ଦେଲେ

ଆର୍ କାଣା ଦିଶୁଛେ ଭାଲ୍

ଚାଲ୍ ପାହେ ପାହେ ଆଗକେ ଯିମା

ନୂଆ ସୂରୁଯ୍ ଟେ ଉଦୁ କି ନାଇଁ ଉଦୁ

ଫାଲେ ସିଇଁଲେ ଆରେ ଫାଲକ ଦର୍କି ଯାଉଥିବା

ଆମର୍ କପାଲ୍ କେ ଧରି

ମାଛି ଅନ୍ଧ୍ରିଆ ବେଲାଥି ବାଟ୍ ଟେ ଟହଁକାମା ଚାଲ୍ ।


ବୁଜୁଲା ଥି ବାନ୍ଧି ପକା

ତର୍ ଦରଖଁଡିଆ ସପନ୍ ବିହା ବେଲର୍ କଉଡ଼ି

ପରୁହାଁ ପୁ'ର୍ ଷଠି ଘରର୍ ଦୁଇ ମୁଠା ମାଟି 

ଯଦି ନାଇଁ ପାରବୁ ଦେ ମତେ ଦେ

ମୁଇଁ ବୁଜୁଲା ଟା ବୁହି କରି ତର୍ ପଛେ ପଛେ ରପଟାଉ ତିମି

ଆର୍ ତୁଇ ଆମର୍ ଘରେ ପହିଲା ପାଦ୍ ଥାପଲା ବେଲକେ

ଯେନ୍ତା ପିଠାଉ ଥି ବାଟଟେ ଫିଟାଉ ଥିଲୁ

ହେନ୍ତା ବାଟଟେ ସିର୍ଜିନା କରୁଥିବୁ

ଚାଲ୍ ସଜନୀ ଚାଲ୍ ପାହେ ପାହେ ଆଗକେ ଯିମା ।


ମାଟି ଚିଟିକି ଚିଟିକି ବନାଇ ଥିବା ଘର୍

ଖର୍ସି ନୁଡାଥି ଚିକନ୍ କରି ଲିପି ଥିବା ଦୁଆର୍

ଚିର୍ହା କପଡା ଥି ବାନ୍ଧି ବୁନ୍ଧି ବନାଇ ଥିବା ପୁତୁଲି

ଖୁରି ଗିନା ହାଁଡି ସରାଇ

ସବୁ ସୋର୍ ପଡବା ନାଇଁ

ପଡ଼ୁ, ହେଲେ କାଁ କରବୁ

ସବୁଦିନ୍ ଖରାର୍ ତାତି ଥି କେତେ ସିଝିବୁ।


 ତୋର୍ ସୋର୍ ପଡସି ଛୁଆ ବେଲର୍ ପାଠ ପଢାକେ

ନଈର୍ ପାନି ନଈକେ ଯା

ବନ୍ଧର୍ ପାନି ବନ୍ଧକେ ଯା

କୁଅଁର୍ ପାନି କୁଁ'କେ ଯା

ମୋର୍ ସିଲାଟି ଶୁଖି ଯା

ଇ ସିଲାଟି ଲେଖେନ୍ ଆମର୍ କପାଲ୍

ଯେ ଯେନ୍ତି ପାର୍ବା ଲେଖବା

ଯେ ଯେନ୍ତି ପାର୍ବା ମେଟାବା

ଚାଲ୍ ସଜନୀ ଚାଲ୍ ପାହେ ପାହେ ଆଗକେ ଯିମା।


ଦେଖବୁ ଯେନ୍ନେ ହେଲେ

ଫୁଲର୍ ଚଉଁରା ଡାଲର୍ ମଡୁଆ

କୁଇଲିର୍ ଗୀତ୍, ଛଲ୍ ଛଲାଉ ଥିବା ଯମୁନା

ଆମକେ ଟାକି କରି ଥିବା

ସେନେ ସୁରୁ ଘର୍ ଟେ ବନାମା

ଚାଲ୍ ସଜନୀ ସାଂଗର୍ ଜୁଲି 

ପାହାରେ ପାହା ମିଶାଇ ପାହାରେ ପାହାରେ ନାଚମା ।।


Rate this content
Log in

Similar oriya poem from Abstract