STORYMIRROR

Laxminarayan Sahoo

Classics

3  

Laxminarayan Sahoo

Classics

ଏ ସାବିତ୍ରୀରେ...

ଏ ସାବିତ୍ରୀରେ...

1 min
160

 ଏ ସାବିତ୍ରୀରେ

ମନେ ପକାଇବୁ ନାହିଁ

ପୁରୁଣା ପ୍ରେମିକା ମାନଙ୍କୁ

ସେମାନେ ପତିମନସ୍କ ଥିବେ ।


 ଅତୀତ ଦିନସବୁକୁ କଳଙ୍କ ମନେକରି

ତା' ଉପରେ ଧଳା ଚାଦର ବିଛେଇ

ସୁଖ ଦାମ୍ପତ୍ୟ ଜୀବନ ରଚନା କରୁଥିବେ

ପ୍ରେମର ଯୋଗ ବିୟୋଗ ଗୁଣନ ହରଣ

ଧନ୍ଦାରୁ ମୁକୁଳି

ଏକ ସରଳ ସମାଧାନ ଲେଖି ଦେଇଥିବେ  

କପାଳରେ ଟୋପାଏ ସିନ୍ଦୂର ନାଇ

ସାବିତ୍ରୀ ସାବିତ୍ରୀ ଲାଗୁଥିବେ।


ରଙ୍ଗ ବେରଙ୍ଗ ଚୁଡ଼ିର ଋଣୁଝୁଣୁ ଶବ୍ଦ ଭିତରେ

ନିଖୋଜ ହୋଇଯାଉଥିବେ

ସେଦିନ ଗାଇ ପାରିନଥିବା ଗୀତର ରାଗିଣୀ

କହି ପାରିନଥିବା ସକଳ ବେଦନା 

ଛାତିର ସ୍ପନ୍ଦନ ଦୀର୍ଘଶ୍ୱାସ।


ହୁଡ଼ି ଯାଇଥିବା ପାଦକୁ ସାଉଁଟି ଆଣି

ଶୃଙ୍ଖଳାର ଅଳତାରେ ଲାଲ ଜର ଜର କରି

ଥିରି ଥିରି ଚାଲୁ ଥିବେ

ଇତିହାସ ହୋଇ ସାରିଥିବା

ଏକ ସଭ୍ୟତାର ଭଗ୍ନ ସ୍ତୁପ ଉପରେ।


କେବେ କେଉଁ ଖଣ୍ଡିଆଭୂତର ଘୂର୍ଣ୍ଣିରେ

ଇତସ୍ତତଃ ହୋଇ ପଡିଥିବା କେଶରାଶିକୁ

ସୁଦୃଶ୍ୟ ବେଣି ବାନ୍ଧି

ସେଥିରେ ବିଶ୍ଵାସର ଗଜରା ଝୁଲାଇ

ଉପହାସ କରୁଥିବେ

ତୋ ବେସଜଡା ପ୍ରେମିକ ପଣକୁ।


ସେଦିନର ରଫଖାତା ଯେତେ ସୁନ୍ଦର ହେଲେବି

କାହାର ଦସ୍ତଖତ ରହେନି

ପୃଷ୍ଠା ସବୁକୁ ଚିରି ଡଙ୍ଗା ତିଆରି

ସମୟର ନଈରେ ଭସା ଯାଇପାରେ

ଗୁଡି ତିଆରି ଏକ ନିଷିଦ୍ଧ ଆକାଶରେ

ଉଡା ଯାଇପାରେ ।


 ଏ ସାବିତ୍ରୀରେ

ମନେ ପକାଇବୁ ନାହିଁ

ପୁରୁଣା ପ୍ରେମିକା ମାନଙ୍କୁ

ସେମାନେ ପତିମନସ୍କ ଥିବେ ‌।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics