STORYMIRROR

Laxminarayan Sahoo

Romance

4  

Laxminarayan Sahoo

Romance

ତୁମ ଜନ୍ମ ଦିନରେ

ତୁମ ଜନ୍ମ ଦିନରେ

1 min
360

ପୂରୁବ ଦିଗରେ ସୂର୍ଯ୍ୟ କିଆଁ 

ଆଜି ଏତେ କମନୀୟ ଦିଶେ

ଫୁଲ ସବୁ କାହିଁକି ଯେ ମହ ମହ ବାସେ,


ଦେଖ ଆକାଶ ଟା ଲାଗେ ଗାଢ଼ ଗାଢ଼ ନୀଳ

ସ୍ଵତନ୍ତ୍ର ନୁହେଁ କି ସତେ ଆଜିର ସକାଳ,


ବସନ୍ତ ବସନ୍ତ ଋତୁ ବହଇ ମଳୟ

ସବୁଜିମା କୋଳେ 

ଆନନ୍ଦରେ ନୃତ୍ୟ ରତ ନବ କିଷଳୟ,


ପାହାଡି ଝରଣା ତୋଳେ ମଧୁର ମୂର୍ଚ୍ଛନା

ପବନ ବି ତା ସାଥୀରେ ତାଳ ଦିଏ 

ଉଚ୍ଚାଟେ ବଜାଏ ବୀଣା,


ପକ୍ଷୀମାନେ ଅଧିକରୁ ଅଧିକ ଭାବପ୍ରବଣ କାହିଁକି

ଆକାଶ ଉଚ୍ଚତାରେ ବିରଳ ମୁଦ୍ରାରେ 

କାହାର ସେ ସ୍ଵାଗତ ପାଇଁକି,


ହିଂସାର ବଳୟ ଡେଇଁ 

ଅହିଂସା ପ୍ରଦୀପ ଜଳେ ହୋଇ ତେଜିଆନ

ଶାନ୍ତି ମୈତ୍ରୀ ପ୍ରୀତି କରନ୍ତି ବନ୍ଦାଣ

ବୋଧେ ତୁମ ଜନ୍ମଦିନରେ 

ଏତେ ସବୁ ଆୟୋଜନ ।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance