STORYMIRROR

Laxminarayan Sahoo

Romance

4  

Laxminarayan Sahoo

Romance

ପୁଣିଥରେ ଆରମ୍ଭିବା

ପୁଣିଥରେ ଆରମ୍ଭିବା

1 min
368

ଚାଲ ପୁଣିଥରେ ଆରମ୍ଭିବା

ମନେ ପକାଇବା ସେଦିନର ପ୍ରଥମ ସକାଳ

ଶୀତଳ ଅରୁଣିମାର କଅଁଳ ଛୁଆଁରେ

ରୋମାଞ୍ଚିତ ହେବା

ପଦୁଅଁ ପତରର ଢଳ ଢଳ ପାଣିରେ

ପୁଣିଥରେ ନାଆ ମେଲି ଦେବା ।


ତୁମର ମୋର ବିତି ଥିବା

ପ୍ରତିଟି ଦିନ ପ୍ରତିଟି ମୂହୁର୍ତ୍ତ ଦୋହରାଇବା

ଜହ୍ନ ରାତି ସବୁକୁ ନେଇ କବିତା ଲେଖିବା

ଡେଣା ବାନ୍ଧି ସମୟର ପ୍ରତିକୂଳେ

ଉଡ଼ି ଯିବା ଚାଲ

ନୂଆ ନୀଡ଼ଟେ ବାନ୍ଧିବା ।


ସେଦିନର ସେ ବେଦମନ୍ତ୍ର ଉଚ୍ଚାରଣ

ବାହା ବେଦିର ହୋମାଗ୍ନି

ଗୁରୁଜନ ଆଶୀର୍ବାଦ 

ସାତ ଫେରା ହାତଗଣ୍ଠି

ଅଳ୍ପ ଅଳ୍ପ ଦିଶୁଥିବା ନିଷ୍ପାପ ଭବିଷ୍ୟକୁ ନେଇ 

ଏକ ଦୀର୍ଘ ଯାତ୍ରା ପାଇଁ

ପ୍ରସ୍ତୁତି କରିବା ଚାଲ ।


ଓଢ଼ଣା ତଳୁ ଦୁଇଟି ନୀରିହ ଆଖି

ଦେଖୁଥିବ ଚିହ୍ନା ଚିହ୍ନା ଲାଗୁଥିବା

ଅଚିହ୍ନା ତା' ଜୀବନ ସାଥୀକୁ

ଆଉ ଏ ଅନଭିଜ୍ଞ ଗୃହସ୍ଥ

ସେ ଚାହାଣିର ଥଳ କୂଳ ମାରିବାରେ ଅସମର୍ଥ ହୋଇ

ସେଥିରେ ବିଲିନ ହୋଇଯାଉଥିବ

ଏକ ପରମ ପ୍ରାପ୍ତିର ତୃପ୍ତିରେ

ଭାରି ସୁଖଦ ନା ସେ ସାୟଂକାଳ 

ଚାଲ ଚାଲ ପୁଣିଥରେ ଆରମ୍ଭିବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance